ଆଇପିଏଲ-୨୦୨୧ ୨ୟ କ୍ବାଲିଫାୟାର : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା
ସାରଜା : ଆଜି ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୨ୟ କ୍ବାଲିଫାୟାର ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଚେନ୍ନାଇକୁ ଭେଟିବ । ଆଜିର ମ୍ୟାଚରେ ଦିଲ୍ଲୀ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଟମ କୁରାନଙ୍କ ସ୍ଥାନରେ ଷ୍ଟୋଇନିସଙ୍କୁ ଖେଳାଯାଉଛି । ତେବେ କୋଲକାତା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠାରୁ ହାରିଥିଲା ଦିଲ୍ଲୀ । ଅନ୍ୟପକ୍ଷରେ ଏଲିମିନେଟରରେ କୋଲକାତା ବାଙ୍ଗାଲୋରକୁ ହରାଇଥିଲା ।
ଆଇପିଲରେ ଆଜି ଟିକେଟ ଟୁ ଫିନାଲେ । ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହା ମୁକାବିଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଯିଏ ଜିତିବ, ସେ ଫାଇନାଲକୁ ଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ୍ ଖେଳିବ। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତି ଫାଇନାଲରେ ନିଜ ସ୍ଥାନ ସ୍ଥିର କରିସାରିଛି। ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ତେଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ। ଫାଇନାଲକୁ ଯିବାକୁ ପୁରା ଦମ୍ ଲଗାଇବେ ଉଭୟ ଦଳ। କୋଲକାତା ୧୫ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀ ୧୨ଟି ମ୍ୟାଚ ଜିତିଛି। ଅନ୍ୟପକ୍ଷରେ ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଦିଲ୍ଲୀ କ୍ୟାପିଟାଲ୍ସର ଉଭୟ ବ୍ୟାଟିଂ ଓ ବୋଲିଂ ଦୃଢ ରହିଥିବା ବେଳେ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ରେ ଅଧିନାୟକ ରିଷଭ୍ ପନ୍ତ, ଶିଖର ଧାୱନ, ଶ୍ରେୟସ ଅୟର, ସିମରନ୍ ହେଟମାୟର, ପୃଥିବୀ ଶୋ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ବୋଲିଂ ୟୁନିଟରେ ଖଗିଶୋ ରାବାଡା, ନର୍କିଆ, ଆବେଶ ଖାନ୍, ଅକ୍ସର ପଟେଲ ଭଳି ପ୍ରତିଭାଶାଳୀ ବୋଲର ରହିଛନ୍ତି। ପୂର୍ବ ମ୍ୟାଚରେ ଧୋନୀ ତାଙ୍କ ପୁରୁଣା ଅନ୍ଦାଜରେ ମ୍ୟାଚଟିକୁ ସମାପ୍ତ କରିଥିଲେ। ତେବେ କେକେଆର୍ ପକ୍ଷରୁ ବ୍ୟାଟିଂ ଭାର ଶୁଭମନ୍ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ମୋର୍ଗାନ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ ସମ୍ଭାଳିବେ। ଶାକିବ ଅଲ ହାସନ ଏବଂ ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂର କ୍ଷମତା ରଖିଛନ୍ତି। କେକେଆର୍ ଦଳରେ ଆନ୍ଦ୍ରେ ରସଲ୍ଙ୍କ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି। ମିଷ୍ଟ୍ରି ସ୍ପିନର୍ ସୁନିଲ ନାରିନ କେକେଆର୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି। ଫାଇନାଲର ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ଘମାଘୋଟ୍ ଲଢେଇ ହୋଇପାରେ ବୋଲି ଦର୍ଶକ ଆଶା ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ ନେଇ ଜୋର୍ ଦେଖାଇବ ବୋଲି ଆଶଙ୍କା କରାଯାଉଛି।
