ଅନେକ ପଦବୀରେ ନିଯୁକ୍ତି ଦେଉଛି ଆଇଓବି ବ୍ୟାଙ୍କ; ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ
ଯଦି ଆପଣ ଅଳ୍ପ ଶିକ୍ଷିତ ଏବଂ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ହୋଇପାରେ । ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ୨୦ ଟି ପଦବୀ ପୂରଣ ହେବ । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ iob.in ଭିଜିଟ୍ କରି ଆବେଦନ କରିପାରିବେ । ପ୍ରାର୍ଥୀମାନେ ଏହି ନିଯୁକ୍ତି ଡ୍ରାଇଭ ପାଇଁ ୧୫ ଜୁନ୍ ୨୦୨୨ ମଧ୍ୟରେ ଆବେଦନ କରିପାରିବେ ।
ଖାଲିଥିବା ପଦବୀ ବିବରଣୀ :
ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସିକ୍ୟୁରିଟି ଗାର୍ଡର ମୋଟ ୨୦ ଟି ପଦବୀ ନିଯୁକ୍ତ କରାଯିବ ।
ଶିକ୍ଷାଗତ ଯୋଗ୍ୟତା :
ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ, ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିବା ଉଚିତ୍ ।
ବୟସସୀମା :
ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୬ ବର୍ଷ ମଧ୍ୟରେ ହେବା ଉଚିତ୍ । ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗରେ ଆରାମ ପ୍ରଦାନ କରାଯିବ ।
ଚୟନ ପ୍ରକ୍ରିୟା :
ଅନଲାଇନ୍ ଟେଷ୍ଟ ଏବଂ ଫିଜିକାଲ୍ ଫିଟନେସ୍ ଟେଷ୍ଟ ଆଧାରରେ ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଏହିପରି କରନ୍ତୁ ଆବେଦନ :
ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ iob.in କୁ ଯାଆନ୍ତୁ ।
ଏହା ପରେ ହୋମ୍ ପେଜରେ ଦିଆଯାଇଥିବା କ୍ୟାରିଅର୍ ବିଭାଗକୁ ଯାଆନ୍ତୁ ।
ଏହା ପରେ ପ୍ରାର୍ଥୀଙ୍କୁ ସମ୍ପୃକ୍ତ ପଦବୀପାଇଁ ଆବେଦନ ଉପରେ କ୍ଲିକ୍ କରିବାକୁ ପଡିବ ।
ଏହା ପରେ ଅନୁରୋଧ କରାଯାଇଥିବା ସୂଚନାକୁ ଏଠାରେ ଏଣ୍ଟ୍ରି କରନ୍ତୁ ।
ଏହା ପରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
ଏହା ପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ଏବଂ ସବମିଟ କରନ୍ତୁ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :
ଆବେଦନ କରିବାର ଶେଷ ତାରିଖ – ୧୫ ଜୁନ୍ ୨୦୨୨
