ବୀମା ଅଭିକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିର
କଟକ : ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଶିଖରପୁର ଶାଖାର ଉନ୍ନୟନ ଅଧିକାରୀ ସମୀର କୁମାର ମହାନ୍ତିଙ୍କ ନେତୃତ୍ୱରେ ବୀମା ଅଭିକର୍ତ୍ତାଙ୍କ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ପାଲାମଣ୍ଡପ ସ୍ଥିତ ଶୀତଲ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶାଖାର ମୁଖ୍ୟ ପ୍ରବନ୍ଧକ ସୋମା ଶେଖର ରାଓ, ଶାଖା ପରିଚାଳକ(ବିକ୍ରୟ) ଶଶିଭୂଷଣ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ବୀମା ଅଭିକର୍ତାଙ୍କୁ ନୂତନ ବୀମା ପଲିସିର ବିଭିନ୍ନ ଦିଗ ସହ ବୀମାର ସଫଳତା, ସୁରକ୍ଷା ଓ ଲାଭାଂଶ ଉପରେ ମତବ୍ୟକ୍ତ କରିଥିଲେ । ଉନ୍ନୟନ ଅଧିôକାରୀ ଶ୍ରୀ ମହାନ୍ତି ବୀମାଧାରୀଙ୍କ ବିଭିନ୍ନ ସମସ୍ୟାର କିପରି ସମାଧାନ ହୋଇପାରିବ ଏବଂ ନୁଆ ନୁଆ ପଲିସିର ଭବିଷ୍ୟତ ବିଷୟରେ ବୀମା ଅଭିକର୍ତାଙ୍କୁ କହିଥିଲେ । ଏଥିସହିତ ଟିମର ଅଭିକର୍ତା ବନ୍ଧୁମାନଙ୍କ ମଧ୍ୟରେ ଭଲ କାର୍ଯ୍ୟଦକ୍ଷତା ଦେଖାଇଥିବା ବୀମା ଅଭିକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିରରେ ୫୦ରୁ ଉର୍ଦ୍ଧ୍ୱ ବୀମା ଅଭିକର୍ତାମାନେ ଯୋଗ ଦେଇଥିବା ବେଳେ ଶେଷରେ ପ୍ରଭାତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
