ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୃତକ ରୁଣିଙ୍କ ପତ୍ନୀଙ୍କୁ ବୀମାଚେକ ପ୍ରଦାନ
ବାରିପଦା : ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାକୁରମୁଣ୍ଡା ଶାଖା ଆନୁକୁଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାରିପଦା ଆଂଚଳିକ ପ୍ରବନ୍ଧକ ଦେବ ପ୍ରସାଦ ଲୋହାରଙ୍କ ଦ୍ୱାରା ସ୍ୱର୍ଗତ ଭଗାନ ମାରାଣ୍ଡିଙ୍କ ଧର୍ମ ପତ୍ନୀ ପୁଷ୍ପଲତା ହେମ୍ବ୍ରମଙ୍କୁ ୧୫ ଲକ୍ଷ ଟଙ୍କାର ବୀମା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି । ସୂଚନା ମୁତାବକ ସ୍ୱର୍ଗତଃ ଭଗାନ ମାରାଣ୍ଡି ଠାକୁରମୁଣ୍ଡା ଶାଖାରେ ଏକ ବ୍ୟକ୍ତିଗତ ରୁଣ ଗ୍ରହଣ କରିବା ସମୟରେ ରୁଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୀବନ ବୀମାଟିଏ କରିଥିଲେ । କିଛିଦିନ ରୁଣ ପରିଶୋଧ କରିବା ପରେ ତାଙ୍କର ଦେହାନ୍ତ ହୋଇଥିଲା ଏବଂ ଲୋନଟି ଏନପିଏ ହୋଇଯାଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ଶାଖା ପରିଚାଳକ ଆର ଅଶ୍ୱନୀ ବଂଜନ ମୁର୍ମୁ ଅନୁସନ୍ଧାନ କରି ରୁଣ ବାବଦକୁ ହୋଇଥିବା ଜୀବନବୀମା ରାଶି ପାଇବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ବୀମା ଅର୍ଥ ମିଳିବା ପରେ ସ୍ୱର୍ଗତ ମାରାଣ୍ଡିଙ୍କର ରୁଣ ପରିଶୋଧ ହେବା ସହ ଅବଶିଷ୍ଟ ବୀମାରାଶି ତାଙ୍କ ଧର୍ମପତ୍ନୀଙ୍କୁ ଚେକ ଆକାର ରେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ସ୍ୱର୍ଗତଃ ମାରାଣ୍ଡିଙ୍କ ଧର୍ମ ପତ୍ନୀ ପୁଷ୍ପଲତା ହେମ୍ବ୍ରମ ଭାରତୀୟ ଷ୍େଚଟ ବ୍ୟାଙ୍କକୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୀବନ ବୀମାର ଏରିଆ ମ୍ୟାନେଜର କୁଶ ଚନ୍ଦ୍ର ପାଢୀ, ବିଜନେସ ଡେଭଲପମେଂଟ ଓ ସେଲ୍ସ ବିଭାଗର ମୁଖ୍ୟ ପରିଚାଳକ ପତଂଜଳୀ ବିଭୁପଦ ସାହୁ ଏବଂ ଠାକୁରମୁ୍ଣ୍ଡା ଶାଖାର ବରିଷ୍ଠ ଏବଂ ମୁଖ୍ୟ ସହାୟକ ହରିଶ୍ଚନ୍ଦ୍ର ମୁର୍ମୁ, ଆନନ୍ଦ ଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ଥିଲେ ।
