ଓଡ଼ିଶାରେ ସଂକ୍ରମଣ ସ୍ଥିର ରହିଛି : ଡିଏମଇଟି ସିବିକେ ମହାନ୍ତି
ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ବଢିବା ପରେ ଓଡ଼ିଶାର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି । ଓଡ଼ିଶାରେ ଏବେ ସଂକ୍ରମଣ ସ୍ଥିର ଥିବା ବେଳେ ଏହାକୁ କମ କରିବା ପାଇଁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଗତ ୭ ଦିନ ଭିତରେ ରାଜ୍ୟରେ ସଂକ୍ରମଣ ୪୦୦ ରୁ ୬୦୦ ଭିତରେ ରହୁଛି । ଡାବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ କମିବ । ତେବେ ସଂକ୍ରମଣ ବଢିବାରେ ୨ଟି ସୁତ୍ର ହୋଇପାରେ , ଯେପରି ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟିଏର ଭାଇରସର ଗୁଣ ସୁତ୍ର ପରିବର୍ତନ ହେବ ବୋଲି ଡିଏମ୍ଇଟି କହିଛନ୍ତି ।
ସେହିପରି କେତୋଟି ଦେଶରେ ସଂକ୍ରମଣ ବଢିଛି । ହେଲେ ଓଡିଶାରେ ସଂକ୍ରମଣ ସ୍ଥିର ରହିଛି l ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି । ସେ ପର୍ଯ୍ୟନ୍ତ କରୋନା ନିୟମକୁ କଡାକଡି ଭାବରେ ପାଳନ କରିବାକୁ ପଡିବ l ଦେଶରେ ସଂକ୍ରମଣ ବଢିବାର ମୁଖ୍ୟତଃ ଦୁଇଟି କାରଣ ହୋଇପାରେ। ଗୋଟେ ହେଲା ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟେ ହେଲା ଭୂତାଣୁର ଗୁଣସୂତ୍ର ପରିବର୍ତ୍ତନ ହେବା। ତେବେ ବିଶ୍ବର କିଛି ଦେଶରେ ସଂକ୍ରମଣ ବଢିଥିଲେ ବି ଓଡ଼ିଶାରେରେ ସଂକ୍ରମଣ ସ୍ଥିର ରହିଛି। ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ଯ୍ୟନ୍ତ କଡ଼ାକଡ଼ି ନିୟମ ପାଳନ କରିବାକୁ ପଡିବ। ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ ଯେହେତୁ ସେତେଟା କଟକଣା ନାହିଁ, ତେଣୁ ଏ ଦିଗ ଉପରେ ମଧ୍ୟ ଲୋକଙ୍କୁ ଧ୍ୟାନ ଦେବାକୁ ପଡିବ। ଯେହେତୁ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି ତେଣୁ ଓଡ଼ିଶାରେ ସର୍ଭିଲାନ୍ସକୁ ଆହୁରି ଅଧିକ କରିବାକୁ ପଡିବ। ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆମେ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ ଅଛୁ।
