ରାଜ୍ୟରେ କମୁଛି ସଂକ୍ରମଣ, ଆଉ ୨୦୩ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୨୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ଵର ଜିଲାରୁ ୫ ଜଣ ଥିବାବେଳେ ବରଗଡ଼ରୁ ୧୧, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୪, ବୈ।ଦ୍ଧରୁ ୧, କଟକରୁ ୧୦, ଦେବଗଡ଼ରୁ ୪, ଗଜପତିରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୭, କଳାହାଣ୍ଡିରୁ ୪, କନ୍ଧମାଳରୁ ୪, ଖୋର୍ଦ୍ଧାରୁ ୩୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ନୟାଗଡ଼ରୁ ୭, ନୂଆପଡ଼ାରୁ ୧୦, ପୁରୀରୁ ୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୮, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୩୪ ଓ ରାଜ୍ୟ ପୁଲରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।
ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୨୫,୨୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨,୩୬୮ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩,୧୩,୬୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୩୦,୩୫,୪୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।
