ଇନ୍ଦୁଭୂଷଣ ମହାନ୍ତିଙ୍କ ‘ଅର୍ନ୍ତଦୃଷ୍ଟି’ ଲୋକାର୍ପିତ- ଗଳ୍ପ ସମାଜର ଦର୍ପଣ : ଜୀବନର ଗତିପଥ ପରିବର୍ତ୍ତନ କରିପାରେ
ଜଳେଶ୍ୱର : ଆଜି ସଂଧ୍ୟାରେ ଜଳେଶ୍ୱର ବ୍ଲକର ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶିଷ୍ଟ ଗାଳ୍ପିକ ଇନ୍ଦୁ ଭୂଷଣ ମାହାନ୍ତିଙ୍କ ଲିଖିତ ‘ଅର୍ନ୍ତଦୃଷ୍ଟି’ ଗଳ୍ପ ପୁସ୍ତକ ଉନ୍ମୋଚିତ ହୋଇଛି । ଆୟୋଜିତ ସଭାରେ ଡ. ରମାକାନ୍ତ ଭଂଜ ଅଧ୍ୟକ୍ଷତା କରି ସମାଜର ବିଭିନ୍ନ ସମସ୍ୟା ଗାଳ୍ପିଙ୍କ ‘ଅର୍ନ୍ତଦୃଷ୍ଟି’ ପୁସ୍ତକରେ ପ୍ରତିଫଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ଜଣେ ଗାଳ୍ପିକର ଅର୍ନ୍ତଚେତନା ପରିପ୍ରକାଶ କରିଥାଏ ବୋଲି କହିଥିଲେ । ଇନ୍ଦୁଭୂଷଣ ମହାନ୍ତି ତାଙ୍କ ଲେଖାରେ ଜୀବନର ଗତିପଥ କିପରି ପରିବର୍ତ୍ତନ ହୁଏ ସେ ସଂପର୍କରେ ତାଙ୍କର ବାସ୍ତବଧର୍ମୀ ଓ ଶବ୍ଦଚାତୁରୀ ପାଠକଙ୍କୁ ମୁଗ୍ଧ କରିଛି ବୋଲି କହିଥିଲେ । ପ୍ରକାଶକ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ଗାଳ୍ପିକଙ୍କ ଲିଖିତ ‘ଜୀବନଜୁଆ’ ଓ ‘ଅର୍ନ୍ତଦୃଷ୍ଟି’ ସମାଜର ଦର୍ପଣ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ପାତ୍ର, ଶରତ ଚନ୍ଦ୍ର ପରିଡା, ନରୋତ୍ତମ ପ୍ରଧାନ, ଦୁର୍ଗାଶଂକର ଗିରି, ଅବନୀ ଚା. ଅମର ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରବିନାରାୟଣ ପାତ୍ର ଆଭିମୂଖ୍ୟ ଓ ସୂଚନା ପ୍ରଦାନ କରିଥିବା ବେଳେ ଚିତ୍ତ ରଂଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବାସନ୍ତୀ ପ୍ରଧାନ, ମମତା ସ୍ୱାଇଁ, ସାବିତ୍ରୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
