ବିସିସିଆଇକୁ ଆଇସିସିର ବଡ ଝଟକା! ଇନ୍ଦୋର ପିଚ୍କୁ ମିଳିଲା ଖରାପ ରେଟିଂ
ଇନ୍ଦୋର : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ବଡ ଝଟକା । ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ଭେନ୍ୟୁ ଇନ୍ଦୋରର ହୋଲକର ଷ୍ଟାଡିୟମ ପିଚକୁ ନିମ୍ନମାନର କହିଲା ଆଇସିସି। ଏହି ପିଚକୁ ବିଶେଷଜ୍ଞମାନେ ସମାଲୋଚନା କରିଥିବା ବେଳେ ମ୍ୟାଚ୍ ମାତ୍ର ଅଢେଇ ଦିନରେ ଶେଷ ହୋଇଥିଲା । ବିପକ୍ଷ ଦଳକୁ ଫସାଇବା ପାଇଁ ଲକ୍ଷ୍ୟ ରଖିଥିବା ଭାରତ ନିଜେ ଏହି ସ୍ପିନ୍ ଟ୍ରାକରେ ଫସିଯାଇଥିଲା । ଅଷ୍ଟ୍ରେଲିଆ ମାତ୍ର ଅଢେଇ ଦିନରେ ଭାରତକୁ ୯ ୱିକେଟରେ ହରାଇଥିଲା । କେବଳ ଇନ୍ଦୋର ପିଚ୍ ନୁହେଁ ନାଗପୁର ଏବଂ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଦୁଇ ଟେଷ୍ଟର ପିଚ୍କୁ ଆଇସିସି କାମଚଳା ରେଟିଂ ଦେଇଛି। ପ୍ରଥମ ଦୁଇ ଟେଷ୍ଟ ମଧ୍ୟ ତିନି ଦିନ ଭିତରେ ସରିଥିଲା।
ପିଚ୍ ଏମିତି ଥିଲା ଯେ, ଇନ୍ଦୋର ଟେଷ୍ଟରେ ସ୍ପିନର କେବଳ ୩୧ ଓ୍ଵିକେଟ୍ ଦଖଲ କରିଛନ୍ତି। ପିଚ୍ ବହୁତ ସୁଖିଲା ଥିଲା। ଏହା ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଅସମାନତା ସୃଷ୍ଟି କରିଥିଲା ବୋଲି ବ୍ରଡ କହିଛନ୍ତି। ମ୍ୟାଚ୍ ରେଫରୀ ବ୍ରଡ ଦୁଇ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟିଭ୍ ସ୍ମିଥଙ୍କ ସହ ଆଲୋଚନା କରିବା ପରେ ନିଜର ରିପୋର୍ଟ ଆଇସିସିକୁ ଦେଇଛନ୍ତି। ଏହା ପରେ ହୋଲକର ଷ୍ଟାଡିୟମର ପିଚ୍କୁ ୩ ଡିମେରିଟ୍ ପଏଣ୍ଟ ମିଳିଛି। ଏହା ବିରୋଧରେ ଅପିଲ୍ କରିବାକୁ ବିସିସିଆଇ ନିକଟରେ ୧୪ ଦିନର ମହଲତ ରହିଛି। ଯଦି ଇନ୍ଦୋରର ହୋଲକର ଷ୍ଟାଡିୟମର ପିଚ୍କୁ ୫ ଡିମେରିଟ୍ ପଏଣ୍ଟ ମିଳିଯାଏ ତେବେ ୧୨ ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ କରିବାର ଅଧିକାର ପାଇବ ନାହିଁ। ଯଦି ଏହା ୧୦ ଡିମେରିଟ୍ ପଏଣ୍ଟକୁ ଛୁଇଁଯାଏ ତେବେ ଭେନ୍ୟୁକୁ ୨୪ ମାସ ପାଇଁ କୌଣସି ବି ଅନ୍ତର୍ଜାତୀୟ କ୍ରିକେଟ୍ର ଆୟୋଜନରୁ ନିଲମ୍ବିତ କରାଯିବ।ଏହି ଡିମେରିଟ୍ ପଏଣ୍ଟ ୫ ବର୍ଷ ଯାଏଁ ସକ୍ରିୟ ରହିବ।
ମ୍ୟାଚ୍ ପରେ ଆଇସିସି ହୋଲକର ଷ୍ଟାଡିୟମ ପିଚକୁ ‘ନିମ୍ନମାନର’ ରେଟିଂ ଦେଇଛି । ଏହାଛଡ଼ା ଏହି ଭେନ୍ୟୁକୁ ୩ ଡିମେରିଟ୍ସ ବା ନାରାକତ୍ମକ ପଏଣ୍ଟ ମିଳିଛି, ଯାହା ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ପିଚରେ ଭାରତ ପ୍ରଥମ ଇନିଂସରେ ୧୦୯ ଓ ଦ୍ୱିତୀୟ ଇନିଂସରେ ୧୬୩ ରନ୍ କରି ଆଉଟ୍ ହୋଇଥିଲା । ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍ କରିଥିଲା ଓ ତୃତୀୟ ଦିବସର ପ୍ରଥମ ସେସନରେ ହିଁ ୭୬ ରନର ମାମୁଲି ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା ।
ମ୍ୟାଚ୍ ପରେ ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଟେଷ୍ଟ ପରିଚାଳନା କରିଥିବା ଅମ୍ପାୟର ଓ ଦୁଇ ଦଳର ଅଧିନାୟକଙ୍କ ମତାମତ ଆଧାରରେ ଇନ୍ଦୋର ପିଚ୍ ନେଇ ପ୍ରସ୍ତୁତ କରିଥିବା ନିଜ ରିପୋର୍ଟ ଆଇସିସି ନିକଟରେ ଦାଖଲ କରିଥିଲେ । ରେଫରୀଙ୍କ ରିପୋର୍ଟ ଅନୁଧ୍ୟାନ କରିବା ପରେ ହୋଲକର ଷ୍ଟାଡିୟମ ପିଚକୁ ତିନି ନକାରାତ୍ମକ ପଏଣ୍ଟ ଦିଆଯାଇଥିବା ଆଇସିସି ଏକ ବିବୃତ୍ତିରେ କହିଛି ।
ପିଚ୍ ନେଇ ମ୍ୟାଚ୍ ରେଫରୀଙ୍କ ରିପୋର୍ଟକୁ ବିସିସିଆଇକୁ ଦିଆଯାଇଛି । ଯଦି ଭାରତୀୟ ବୋର୍ଡ ଚାହିଁବ ତେବେ ଆଇସିସିର ରେଟିଂ ବିରୋଧରେ ୧୪ ଦିନ ମଧ୍ୟରେ ଅପିଲ କରିପାରିବ । ମ୍ୟାଚ୍ ରେଫରୀ ବ୍ରଡ୍ ତାଙ୍କ ରିପୋର୍ଟରେ କହିଛନ୍ତି, ‘ପିଚ୍ ବହୁତ ଶୁଖିଲା ଥିଲା । ଯାହା ଫଳରେ ବ୍ୟାଟ୍ ଓ ବଲ୍ ମଧ୍ୟରେ ପ୍ରତିଯୋଗିତାରେ ସନ୍ତୁଳନ ରହିନଥିଲା । ଏହି ଟ୍ରାକ୍ ଆରମ୍ଭରୁ ସ୍ପିନରଙ୍କୁ ସୁହାଇଥିଲା । ମ୍ୟାଚର ପଞ୍ଚମ ବଲ୍ ପରେ ହିଁ ପିଚ୍ ଉପରୁ ମାଟି ଉଠିଯାଇଥିଲା । ଏହାଛଡ଼ା ବାଉନ୍ସରେ ଅସମାନତା ଦେଖାଦେଇଥିଲା ।
