ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ ସମ୍ପନ୍ନ
ନୂଆଦିଲ୍ଲୀ : ଭାରତ ଏବଂ ନେପାଳ ମଧ୍ୟରେ ୧୪ଦିନିଆ ପଞ୍ଚଦଶ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ ସମ୍ପନ୍ନ ହୋଇଛି। ଉତ୍ତରାଖଣ୍ଡର ପିଥୋରାଗଡରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା। ଗତମାସ ୨୦ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆତଙ୍କରୋଧୀ ଏବଂ ବିପର୍ଯ୍ୟୟ ସମୟରେ କିଭଳି ମୁକାବଲା କରାଯିବ ଏହା ଉପରେ ଅଭ୍ୟାସ କରାଯାଇଥିଲା। ଉଭୟ ଦେଶ ସେନା ମଧ୍ୟରେ ଏହି ସମରାଭ୍ୟାସ ପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା କୁହାଯାଇଛି। ଶେଷ ଦିନରେ ଉଭୟ ଦେଶର ସେନା ମିଳିତ ଭାବେ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଥିଲେ।
