ବାର୍ହା ମାଂସ ସହ ଦେଶୀ ବନ୍ଧୁକ ଜବତ, ୪ ଗିରଫ
ନୂଆପଡ଼ା : ନୂଆପଡ଼ା ଜିଲା ସଦର ରେଞ୍ଜ ଅଧିନ ଟାନୱାଟ ଗାଁରେ ବନ ବିଭାଗ ଚଢଉ କରି ୩ କେଜି ସଦ୍ୟ ବାର୍ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର ବିଶ୍ୱାଳ (୬୫), ଚୈତନ୍ୟ ଶବର (୫୫), ରାମଲାଲ ଶବର (୫୦) ଓ ସଂକୀର୍ତ୍ତନ ଶବର (୬୦)।
ସୂଚନା ଯେ, ମଙ୍ଗଳବାର ସନ୍ଧ୍ୟାରେ ସଦର ରେଂଜ ଅଧିନ ଟାନୱଟ ଗାଁରେ ବନ୍ୟଜନ୍ତୁ ଶିକାର ହୋଇଥିବା ନେଇ କୈଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ରାତିରେ ରେଞ୍ଜର ବିନିତା ଭୋଇଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ଟାନୱାଟ ଗାଁରେ ଚଢଉ କରି ୩ କେଜି ବରାହ ମାଂସ, ଦେଶୀ ବନ୍ଧୁକ, ଟାଙ୍ଗିଆ, ନିକିତିକୁ ଜବତ କରିଥିଲା। ଆଜି ସକାଳେ ପୁଣି ବନ ବିଭାଗ ଟିମ ଗାଁରେ ଚଢଉ କରିଥିଲେ।
