ଫେଲ୍ ମାରିଲା ଡକାୟତି ଯୋଜନା : ୫ ଗିରଫ, ବହୁ ମାରଣସ୍ତ୍ର ଜବତ
ବ୍ରହ୍ମପୁର : ଗଞ୍ଜାମ ଜିଲା ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରୁ ଚୋରଙ୍କୁ ଧରିଲା ବ୍ରହ୍ମପୁର ସଦର ଥାନା ପୋଲିସ । ଫଳରେ ଫେଲ୍ ମାରିଲା ଡକାୟତି ଯୋଜନା । ଘଟଣାରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ମାରଣସ୍ତ୍ର ଜବତ ହୋଇଛି ।
ସୂଚନା ଯେ, ଗଞ୍ଜାମ ଜିଲା ଲୋଚାପଡା-ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ପାଇଁ ଯୋଜନା କରୁଥିଲେ । ଏହାର ସୁରାକ୍ ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୨ଟି ଲୁହାରୋଡ, ୪ଟି ବୋମା ଜବତ ହୋଇଛି । ତେବେ ଗିରଫ ହୋଇଥିବା ଏମ୍.ମୋହନ ରାଓଙ୍କ ନାଁରେ ବିଭିନ୍ନ ଥାନାରେ ୩୦ ରୁ ଅଧିକ ମାମଲା ରହିଥିବା ବେଳେ କୁନା ଗୌଡଙ୍କ ନାଁରେ ୧୨ଟି ମାମଲା, ତାରିଣୀ ଦାସଙ୍କ ନାଁରେ ୯ ଟି ମାମଲା, ଧ୍ରୁବ ସାହୁ ଓ ଅଜିତଙ୍କ ନାଁରେ ୩ଟି ଲେଖାଏଁ ମାମଲା ରହିଛି । ଏନେଇ ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
