ଭାରତର ଜ୍ୱାଇଁ ହେବେ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ତାମିଲରେ ଲେଖାଯାଇଥିବା ମ୍ୟାକ୍ସୱେଲର ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମ୍ୟାକ୍ସୱେଲ ଓ ଭିନି ୨୦୧୭ ମସିହାରୁ ଡେଟିଂ କରି ଆସୁଛନ୍ତି । ମାର୍ଚ୍ଚ ୨୦୨୦ ଦୁହିଁଙ୍କ ନିର୍ବନ୍ଧ ସରିଛି । କିନ୍ତୁ କୋଭିଡ -୧୯ ଏବଂ ଲକଡାଉନ ପ୍ରତିବନ୍ଧକ ହେତୁ ସେମାନେ ବିବାହ କରିପାରିନଥିଲେ ।
GlennMaxwell marrying Vini Raman. Going by the cute traditional Tamil muhurta patrikai, we'd bet there may likely be a TamBram ceremony… Will there be a white gown wedding too?
— Kasturi Shankar (@KasthuriShankar) February 12, 2022
Congratulations Glenn and Vini ! @Gmaxi_32 pic.twitter.com/uJeSjHM1we
ଏହା କୁହାଯାଉଛିଯେ, ମ୍ୟାକ୍ସୱେଲ ଏବଂ ବିନିଙ୍କ ବିବାହ ମାର୍ଚ୍ଚ ୨୭ରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଭିନିଙ୍କ ଜନ୍ମ ପୂର୍ବରୁ ତାଙ୍କ ପିତା ଭେଙ୍କଟ ରମଣ ଓ ମାତା ବିଜୟଲକ୍ଷ୍ମୀ ରମଣ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ଏବେ ଦୁହିଁଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ଆୟୋଜନ କରିବାକୁ ଯୋଜନା କରୁଛନ୍ତି ।
