ଦେଶର ପ୍ରଥମ ଘରୋଇ ଟ୍ରେନର ଚଳାଚଳ ଆରମ୍ଭ
ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ଚଳାଚଳ ଜୁନ୍ ୧୫ରୁ ଆରମ୍ଭ ହୋଇଛି । ଭାରତ ଗର୍ବ ସ୍କିମ ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଟ୍ରେନକୁ କୋୟମ୍ବାତୁରରୁ ସବୁଜ ପତାକା ଦେଖାଇ ଛଡ଼ାଯାଇଥିଲା । ଏହି ଟ୍ରେନ ଆଜି ସିରିଡିର ସାଈ ନଗରୀ ପହଞ୍ଚିଛିି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି । ୨୦ କୋଚ ବିଶିଷ୍ଟ ଏହି ଟ୍ରେନରେ ୧୫୦୦ ଯାତ୍ରୀ ଯାତ୍ରା କରିପାରିବେ । ଖାସ୍ କଥାଟି ହେଲା, ଏହି ଟ୍ରେନର ଭଡ଼ା ଭାରତୀୟ ରେଲୱେର ଟିକଟ ଭଡ଼ା ସହ ସମାନ ।
ଏହି ଘରୋଇ ଟ୍ରେନର ପ୍ରଥମ ଯାତ୍ରା ୧୧୦୦ ଯାତ୍ରୀଙ୍କ ସହ କୋୟମ୍ବାତୁରରୁ ସଂଧ୍ୟା ୬ଟାରେ ଶିରିଡି ପାଇଁ ବାହାରି ଥିଲା । ଟ୍ରେନଟି ଆଜି ସକାଳ ୭ଟାରେ ଶିିରିଡି ପହଞ୍ଚିଥିଲା ।
