ଭାରତର ବଜେଟ ସାଧାରଣ ନାଗରିକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରା କରିବ ରାଷ୍ଟ୍ରପତିଙ୍କ ସମ୍ବୋଧନ ସମ୍ବିଧାନ ଓ ସଂସଦୀୟ ପରମ୍ପରାର ଗୌରବ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧିତ କରିବା ଆମର ସମ୍ବିଧାନ ଓ ସଂସଦୀୟ ପରମ୍ପରା ପାଇଁ ଗୌରବର ଅବସର ଅଟେ । ସେ କହିଛନ୍ତି ଯେ ଏହା ନାରୀ ଶକ୍ତି ଓ ମହାନ ଜନଜାତୀୟ ପରମ୍ପରାକୁ ସମ୍ମାନ ଦେବାର ଅବସର । ପ୍ରଧାନମନ୍ତ୍ରୀ ପରମ୍ପରା ଅନୁଯାୟୀ ଆଜି ସଂସଦର ବଜେଟ ଅଧିବେଶନ ପୂର୍ବରୁ ସାମ୍ବାଦିକ ମାନଙ୍କୁ ବକ୍ତବ୍ୟ ଦେଇଥିବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ଆର୍ଥକ କ୍ଷେତ୍ରର ପ୍ରମୁଖ ସ୍ୱର ଆଜି ଭାରତ ପ୍ରତି ଆଶାନ୍ୱିତ ଆଭିମୁଖ୍ୟ ରଖୁଛନ୍ତି । ଭାରତର ବଜେଟ ଉପରେ କେବଳ ଦେଶର ନୁହେଁ ବରଂ ସାରା ବିଶ୍ୱର ଦୃଷ୍ଟି ରହିଛି । ସେ କହିଛନ୍ତି ଯେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜଣେ ମହିଳା ଓ ସେ କାଲି ନିଜର ବଜେଟ ଆଗତ କରିବେ । ସେ କହିଛନ୍ତି ଅସ୍ଥିର ବୈଶ୍ୱିକ ଆର୍ôଥକ ପରିସ୍ଥିତିରେ ଭାରତର ବଜେଟ ସାଧାରଣ ନାଗରିକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରା କରିବାକୁ ପ୍ରୟାସ କରିବ । ବିଶ୍ୱକୁ ଆଜି ଯେଉଁ ଆଶାର କିରଣ ଦେଖା ଯାଉଛି, ତାକୁ ନେଇ ମୋର ଦୃଢ ବିଶ୍ୱାସଯେ ନିର୍ମଳା ସୀତାରମଣ ସେହି ଆକାଂକ୍ଷାକୁ ପୂରା କରିବାକୁ ସମସ୍ତ ପ୍ରୟାସ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିରୋଧୀ ଦଳଙ୍କୁ ସଂସଦରେ ଚର୍ଚା – ଆଲୋଚନାର ଭାଗିଦାର ହେବା ସହ ନିଜର ଅଭିଜ୍ଞତା ଓ ଦୃଷ୍ଟି ଜରିଆରେ ଅମୃତ ବାହାର କରିବାକୁ ଅପିଲ କରିଛନ୍ତି ।
