ଏସିଆ କପ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ରହିଛି : ରୋହିତ ଶର୍ମା
ହାଇଦ୍ରାବାଦ : ଆସନ୍ତା ୨୭ ତାରିଖରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଏସିଆ କପ୍ ୟୁଏଇ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିବ । ଏନେଇ ଫୁଲ ଦମରେ ପ୍ରସ୍ତୁତ ରହିଛନ୍ତି ଭାରତୀୟ ଅଧିନାୟକ ହିଟ ମ୍ୟାନ ରୋହିତ ଶର୍ମା।
ହିଟମ୍ୟାନ ରୋହିତ ଶର୍ମାଙ୍କର ଟି-୨୦ ମ୍ୟାଚରେ ସଫଳ ଅଧିନାୟକ ଭାବରେ ଅନେକ ରେକର୍ଡ ରହିଛି । ସେ ୩୫ଟି ଟି-୨୦ ମ୍ୟାଚରୁ ୨୯ଟି ମ୍ୟାଚ ତାଙ୍କ ନେତୃତ୍ବରେ ଭାରତରେ ବିଜୟ ହାସଲ କରିଛି । ବିରାଟ କୋହଲିଙ୍କ ପରେ ତାଙ୍କୁ ଭାରତୀୟ ଦଳର ଅଧିନାୟକ ପଦର ଭାର ନ୍ୟସ୍ତ ହୋଇଥିଲା । ସେବେଠାରୁ ସେ ମ୍ୟାନ ଇନ ବ୍ଲୁରେ ରୋହିତ ତାଙ୍କର ଦବଦବା ଜାହିର କରି ରଖିଛନ୍ତି । ଏହା ସହିତ ତାଙ୍କର ପ୍ରଦର୍ଶନ ପାଇଁ ମଧ୍ୟ ସେ ବହୁତ ପ୍ରଶଂସାର ପାତ୍ର ହୋଇଛନ୍ତି । ତେବେ ଭାରତ ଅଷ୍ଟମ ଥର ପାଇଁ ଏସିଆ କପ ହାତେଇବ ବୋଲି ରୋହିତ ଶର୍ମା କହିଛନ୍ତି । ଏସିଆ କପକୁ ଆଉ ଅଳ୍ପ ଦିନ ରହିଥିବା ବେଳେ ଭାରତୀୟ ଦଳ ଏନେଇ ଫୁଲ ଦମରେ ପ୍ରସ୍ତୁତ ରହିଛି । ଅଗଷ୍ଟ ୨୮ ତାରିଖରେ ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ପ୍ରଥମ ମ୍ୟାଚ ଖେଳିବ ।
ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାରରେ ରୋହିତ କହିଛନ୍ତି ” ଜଣେ ଅଧିନାୟକ ହିସାବରେ ମୋ ପାଇଁ ଏହା ବହୁତ ମହତ୍ବପୂର୍ଣ୍ଣ ରଖେ କି ଖେଳିବା ପୂର୍ବରୁ ଆମେ ଖେଳାଳି ମାନଙ୍କଠାରେ ମାହୋଲ ତିଆରି କରୁ ଯେଉଁଥିରେ ସେମାନଙ୍କୁ ଲାଗିବ ନାହିଁ କି ସେମାନେ କୌଣସି ଚାପରେ ଥାଇ ଖେଳୁଛନ୍ତି । ତେଣୁ ଆମେ ସମସ୍ତେ ମିଶି ଏକ ସୁନ୍ଦର ବାତାରଣର ପ୍ରସ୍ତୁତ କରିଥାଉ । ଯେତେବେଳେ ଆପଣ ଖେଳୁଛନ୍ତି ସେତେବେଳେ ଆପଣଙ୍କ ଉପରେ ଜଣେ ବ୍ୟାଟର କିମ୍ବା ବୋଲର ହିସାବରେ ନିହାତି ଭାବରେ ଚାପ ରହିଥାଏ । ଏହି ସମୟରେ ନିଜକୁ ନିଜ ଦାୟିତ୍ବ ଦୃଢତାର ସହିତ କରିବାକୁ ପଡିଥାଏ। “
