ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଧାୱନ ଅଧିନାୟକ
ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ଘୋଷିତ ଭାରତୀୟ ଦଳରେ ଶିଖର ଧଓ୍ୱନଙ୍କୁ ଅଧିନାୟକ ଦାୟିତ୍ୱ, ଶ୍ରେୟସ ଆୟର ଉପଅଧିନାୟକ ମିଳିଛି।
ଅକ୍ଟୋବର ୬ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଦଳରେ ରଜତ ପାଟିଦାର ଏବଂ ମୁକେଶ କୁମାରଙ୍କ ଭାବେ ନୂତନ ଚେହେରାଙ୍କୁ ସାମିଲ୍ କରାଯାଇଛି। ଦିନିକିଆ ସିରିଜ୍ ପାଇଁ ମଧ୍ୟ ପ୍ରଦେଶ ବ୍ୟାଟସମ୍ୟାନ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ କରାଯାଇଛି। ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ଵ କପ୍ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି ଦୀପକ ଚହର, ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଦିନିକିଆ ଶୃଙ୍ଖଳା ପାଇଁ ଚୟନ କରାଯାଇଛି। ଆସନ୍ତା ୬, ୯ ଓ ୧୧ ତାରିଖରେ ଉଭୟ ଟିମ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏବେ ଏହି ଦୁଇ ଦଳ ଭିତରେ ଟି-୨୦ ଲଢ଼େଇ ଚାଲିଥିବା ବେଳେ ଦିନିକିଆ ଲଢ଼େଇକୁ ସମସ୍ତଙ୍କ ଅପେକ୍ଷା ରହିଛି। ବିଶ୍ୱକପ୍ ପୂର୍ବରୁ ଦୁଇଦଳ ନିଜର ପ୍ରସ୍ତୁତି ଏହି ଖେଳରେ ଦେଖାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି। ସୂଚନା ଯେ, ଟି-୨୦ ବିଶ୍ୱକପ୍ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବାହାରିବ। ଅକ୍ଟୋବର ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବ । ତେଣୁ ବିଶ୍ୱକପକୁ ଆଖି ଆଗରେ ରଖି ଏହି ଦଳ ଘୋଷଣା କରାଯାଇଛି । ଯେଉଁଥିରେ କି ନବାଗତମାନଙ୍କୁ ଅଧିକ ସୁଯୋଗ ଦିଆଯାଇଛି ।
ପ୍ରଥମ ଦିନିକିଆ- ଅକ୍ଟୋବର ୬, ଲକ୍ଷ୍ନୌ, ୧ଟା ୩୦, ଦ୍ଵିତୀୟ ଦିନିକିଆ- ଅକ୍ଟୋବର ୯, ରାଞ୍ଚି, ୧ଟା ୩୦ ଓ ତୃତୀୟ ଦିନିକିଆ- ଅକ୍ଟୋବର ୧୧, ଦିଲ୍ଲୀ, ୧ଟା ୩୦ ।
🚨 NEWS 🚨: India’s squad for ODI series against South Africa announced. #TeamIndia | #INDvSA | @mastercardindia
— BCCI (@BCCI) October 2, 2022
ଭାରତୀୟ ଦଳ : ଶିଖର ଧାଓ୍ଵନ(ଅଧିନାୟକ), ଶ୍ରେୟସ ଆୟର(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଅଭେଶ ଖାନ, ମହମ୍ମଦ ସିରାଜ ଏବଂ ଦୀପକ ଚହର।
