ସମ୍ବିଧାନ ଦିବସରେ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ସଭା
କଟକ : ମାରାତ୍ମକ କରୋନା ରୋଗ ଚାଇନାରେ ପୁଣି ଦେଖାଦେବା ପରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ତେଣୁ ମନୁଷ୍ୟ ସୁସ୍ଥ ଓ ରୋଗମୁକ୍ତ ହେବା ପାଇଁ ଭାରତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ସଭା କଟକ ଭଗତପୁରସ୍ଥିତ ଶ୍ରୀମା ସରସ୍ୱତୀ ବିଦ୍ୟା ମନ୍ଦିରଠାରେ ସନ୍ୟାସିନୀ ପ୍ରାଧ୍ୟାପିକା ବିଦ୍ୟୁତ କୁମାରୀ ଲାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ୍ ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଯୋଗଦେଇ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଖାଦ୍ୟ ନିୟନ୍ତ୍ରଣ, ବ୍ୟାୟାମ କରିବା ସହିତ ଆୟୁର୍ବେଦର ହର୍ବାଲ ଔଷଧ ଓ ସିଝା ପାଣି ପ୍ରତିଦିନ ଅଧିକ ପିଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଅଶୋକ କୁମାର ପଣ୍ଡା ସ୍ୱାସ୍ଥ୍ୟ ସଭାର ଆବଶ୍ୟକତା ଉପରେ ଆଲୋକପାତ କରିଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୁକାନ୍ତି ରାୟ, ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ମିନତି ମହାରଣା, ରଶ୍ମିତା ପଣ୍ଡା, ଜୟାରାଣୀ ବୋଷ, ନନ୍ଦିନୀ ପତି, ଆୟୁର୍ବେଦ ବିଶାରଦ ଡାକ୍ତର ଦିବ୍ୟଜ୍ୟୋତି ମହାରଣା, ଜ୍ୟୋସ୍ôନାମୟୀ ପୃଷ୍ଟି, ସରିତା ଦାସ, ସୁମନ ମହାନ୍ତି, କାଜଲ ଦାସ ପ୍ରମୁଖ ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ମହାରଣାଙ୍କ ଲିଖିତ ସ୍ୱାସ୍ଥ୍ୟ ପୁସ୍ତକ ବିତରଣ କରାଯାଇଥିଲା । ଶେଷରେ ପ୍ରଧାନ ଆଚାର୍ଯ୍ୟା ସୁଜାତା ପଣ୍ଡା ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜନ ସହଯୋଗ କାମନା କରିଥିଲେ ।
