ଆଜିଠୁ ଇଣ୍ଡିଆନ୍ ଗ୍ରାଁ ପ୍ରି-୪, ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
ଭୁବନେଶ୍ୱର : ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ୍ ଗ୍ରାଁପ୍ରି-୪ ଆୟୋଜିତ ହେବ । ଶନିବାର ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଶେଷ ହୋଇଥିଲା ବେଳେ ମଙ୍ଗଳବାର ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ଏବଂ ଅଭ୍ୟାସ ପଡ଼ିଆରେ ଏହା ଖେଳାଯିବ। ବିଶେଷ କରି ପଟିଆଲା, ତ୍ରିଭେନ୍ଦ୍ରମ ଓ ବାଙ୍ଗାଲୋରରେ ଜାତୀୟ ଶିବିରରେ ରହି ଅଭ୍ୟାସ କରୁଥିବା ଆଥଲେଟ୍ମାନେ ଏହି ଇଭେଣ୍ଟରେ ଭାଗ ନେବେ । ସେମାନେ ଭୁବନେଶ୍ୱର ପହଞ୍ଚି ଗତ ସୋମବାର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ।
ଉଭୟ ପୁରୁଷ ଓ ମହିଳାରେ ୧୭ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଓଡ଼ିଶାରୁ ୧୯ ଜଣ ଆଥ୍ଲେଟ୍ ଭାଗନେବେ। ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମହିଳା ଲଙ୍ଗ ଜମ୍ପରେ ମନୀଷା ମେରେଲ, ପୁରୁଷ ୪୦୦ ମିଟର ଦୌଡ଼ରେ ବିଘ୍ନରାଜ ମିରିଡିଆ, ମହିଳା ଡିସ୍କସ ଥ୍ରୋରେ ପାର୍ବତୀ ସେଠୀ, ପୁରୁଷ ଲଙ୍ଗ ଜମ୍ପରେ ଲାଲୁ ପ୍ରସାଦ ଭୋଇ, ସରୁନ ରାୟସିଂହ, ସମ୍ରାଥ ଶ’, ପୁରୁଷ ୧୦୦ ମିଟର ଦୌଡ଼ରେ ଅଭିଜିତ ସାହୁ, ଅମିୟ କୁମାର ମଲ୍ଲିକ, ଆର୍ଯ୍ୟନ ଏକ୍କା, ଅଭିନାଶ ସାହୁ ଓ ମହେନ୍ଦ୍ର ସାଣ୍ଟା ପ୍ରମୁଖ ଭାଗ ନେବେ ।
