ଚୀନ୍କୁ ୧୦୦୦ ବର୍ଗ କିଲୋମିଟର ଜମି ଦେଇଛନ୍ତି ଭାରତ ସରକାର : ରାହୁଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଟୁଇଟ୍ କରି ରାହୁଲ ଚୀନ୍କୁ ଭାରତ ସରକାର ଜମି ଦେଇଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, “ଚୀନ୍ ଏପ୍ରିଲ୍ ୨୦୨୦ର ସ୍ଥିତାବସ୍ଥା ବଜାୟ ରଖିବାକୁ ଭାରତର ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଛି | ପ୍ରଧାନମନ୍ତ୍ରୀ ବିନା ଲଢ଼େଇରେ ଚୀନ୍କୁ ୧୦୦୦ ବର୍ଗ କିଲୋମିଟର ଜମି ଦେଇଛନ୍ତି। ଏହି ଅଞ୍ଚଳ କିପରି ପୁନରୁଦ୍ଧାର ହେବ ଭାରତ ସରକାର କହିପାରିବେ କି?”
ଅନ୍ୟପକ୍ଷରେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ ଅଞ୍ଚଳର ପାଟ୍ରୋଲିଂ ଆଉଟପୋଷ୍ଟ ୧୫ରୁ ଭାରତ ଏବଂ ଚୀନ୍ର ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛନ୍ତି। ଏହା ସହିତ ସେଠାରେ ଉଭୟ ସେନା ପକ୍ଷରୁ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମି ମଧ୍ୟ ଭାଙ୍ଗି ଦିଆଯାଇଛି।
China has refused to accept India’s demand of restoring status quo of April 2020.
— Rahul Gandhi (@RahulGandhi) September 14, 2022
PM has given 1000 Sq Kms of territory to China without a fight.
Can GOI explain how this territory will be retrieved?
ଯେଉଁଠାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ବିବାଦ ଲାଗି ରହିଥିଲେ ସେହି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଦୁଇ ସେନାର ସ୍ଥାନୀୟ କମାଣ୍ଡୋମାନେ ଏକ ବୈଠକ କରିଥିଲେ। ଯଦିଓ ଉଭୟ ପକ୍ଷ ପାଟ୍ରୋଲିଂ ଆଉଟପୋଷ୍ଟ ୧୫ (ପିପି-୧୫)ରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି, ତେବେ ଡେମୋଚୋକ ଏବଂ ଡିପସାଙ୍ଗ ଅଞ୍ଚଳରେ ବିବାଦର ସମାଧାନ ଦିଗରେ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇନାହିଁ |
