ଭାରତ ମିସାଇଲର ଜବାବ ଦେଇଥାନ୍ତୁ, କିନ୍ତୁ ଆମେ ସଂଯମତା ରକ୍ଷା କଲୁ : ଇମରାନ୍ ଖାନ୍
ଇସାଲାମାବାଦ: କିଛି ଦିନ ତଳେ ଭାରତ ଦ୍ୱାରା ହଠାତ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଯାହାକି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପଡ଼ିଥିଲା । ଏହାକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ।
ସେ କହିଛନ୍ତି ଯେ, ଆମେ ଏହାର ଜବାବ ଦେଇଥାନ୍ତୁ, କିନ୍ତୁ ଆମେ ସଂଯମତା ରକ୍ଷା କଲୁ । ଆମେ କିଛି କଲୁ ନାହିଁ । ରବିବାର ଇମରାନ ଖାନ୍ ପଞ୍ଜାବର ହାଫିଜାବାଦରେ ପହଞ୍ଚିଥିଲେ । ଏହି ରାଲିରେ ଇମରାନ୍ ଖାନ୍ ଦେଶର ସୁରକ୍ଷା ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି, ଆମକୁ ଆମର ଆମକୁ ଆମର ପ୍ରତିରକ୍ଷା କ୍ଷେତ୍ର ଏବଂ ଦେଶକୁ ମଜବୁତ୍ ରଖିବାକୁ ପଡିବ । ସୂଚନା ଅନୁଯାୟୀ, ମାର୍ଚ୍ଚ ୯ ତାରିଖରେ ଲାହୋରଡାରୁ ପ୍ରାୟ ୨୭୫ କିଲୋମିଟର ଦୂରରେ ଥିବା ଏକ ଭାରତୀୟ ସୁପରସୋନିକ୍ କ୍ଷେପଣାସ୍ତ୍ର ପାକିସ୍ତାନୀ ଅଞ୍ଚଳରେ ପଡ଼ିଯାଇଥିଲା । ଯେଉଁଥିପାଇଁ ଏକ ଶୀତଳ ଭଣ୍ଡାର ନଷ୍ଟ ହୋଇଯାଇଛି । ତେବେ ଏଥିରେ କାହାର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିନାହିଁ ।
