ଟି-୨୦ ବିଶ୍ୱକପ୍ ପରେ ଭାରତକୁ ମିଳିବ ନୂଆ ଅଧିନାୟକ ! ଏହି ଖେଳାଳିଙ୍କୁ ନେଇ ଚର୍ଚ୍ଚା
ମୁମ୍ବାଇ : ଭାରତୀୟ ଦଳରେ ଏବେ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ଜାରି ରହିଛି । ଟି-୨୦ ବିଶ୍ୱକପ୍ ପରେ ବିରାଟ କୋହଲୀ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା ମଧ୍ୟ କରିସାରିଲେଣି। ଫଳରେ ଚଳିତ ଟି-୨୦ ବିଶ୍ୱକପ୍ ପରେ ଭାରତୀୟ କ୍ରିକେଟ୍ ଟିମ୍କୁ ନୂଆ ଅଧିନାୟକ ମିଳିବା ଏକପ୍ରକାର ନିଶ୍ଚିତ। ମାତ୍ର ଏନେଇ ବିସିସିଆଇ ଏପର୍ଯନ୍ତ ନିଜର ମତାମତ ଜଣାଇ ନାହାନ୍ତି।
ସୂଚନା ଯେ, ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ୍ ଖେଳିବା ଭାରତ । ଏହି ସିରିଜ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଭାରତ ଖେଳିବା ନେଇ ଜଣାପଡିଛି। ଇନସାଇଡ ସ୍ପୋର୍ଟସ୍ ନାମକ ଏକ ୱେବ୍ସାଇଟ୍ ରିପୋର୍ଟ ଅନୁସାରେ ବିରାଟଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନୂଆ ଅଧିନାୟକ ମନୋନୟନ କରାଯାଇପାରେ। ଏଥିରେ ବିସିସିଆଇଙ୍କୁ ଆଧାର କରି ଟିମ୍ ଇଣ୍ଡିଆ ଦାୟିତ୍ୱ ଆଗକୁ କିଏ ସମ୍ଭାଳିବେ ଏହା କୌଣସି ସସ୍ପେନ୍ସ ନୁହେଁ ବୋଲି କୁହାଯାଇଛି। ରିପୋର୍ଟ ଅନୁସାରେ ରୋହିତ ଶର୍ମା ଲିଡରସିପ୍ ଗ୍ରୁପର ଅଂଶ ଓ ସେ ଟି-୨୦ ବିଶ୍ୱକପ୍ ପରେ ଟିମ୍ରେ ବିରାଟଙ୍କ ସ୍ଥାନ ନେବେ। ଏ ନେଇ ୱାର୍ଲଡ କପ୍ ପରେ ଅଧିକାରୀକ ଘୋଷଣା କରାଯିବ। ବିରାଟ ଏବେ ଆଇପିଏଲ ୨୦୨୧ର ଦ୍ୱିତୀୟ ହାଫ୍ର ଠିକ ପୂର୍ବରୁ ନିଜର ନିଷ୍ପତ୍ତି ଘୋଷଣା କରିଥିଲେ। ବିରାଟଙ୍କ କ୍ୟାପ୍ଟେନସିପ୍ରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛି। ଏଥିରେ ଭାରତୀୟ ଟିମ୍ ୨୦୧୭ ଚାମ୍ପିୟନସ୍ ଟ୍ରଫି, ୨୦୧୯ ୱାର୍ଲଡ କପ୍ ଓ ୨୦୨୧ ୱାର୍ଲଡ ଚାମ୍ପିୟନସିପ୍ ଖେଳିଛନ୍ତି। ତେବେ ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ହାସଲ କରିପାରି ନାହିଁ।
ଯଦି ରୋହିତ ଭାରତର ପରବର୍ତୀ ଟି-୨୦ କ୍ୟାପଟେନ୍ ହେବେ, ତାହେଲେ ସେ ଭାରତର ତୃତୀୟ ପୂର୍ଣ୍ଣକାଳୀନ କ୍ୟାପଟେନ ହେବେ । ସୁରେଶ ରାଇନା ଓ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ନେତୃତ୍ୱ ନେଇଥିଲେ । ରୋହିତ୍ ଶର୍ମା ୫୯.୬୮ ପ୍ରତିଶତ ବିଜୟ ସହ ୫ ଟାଇଟଲ୍ ଜିତି ଆଇପିଏଲର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି । ସେ ଭାରତ ପକ୍ଷରୁ ୧୯ ଟି-୨୦ ମ୍ୟାଚରେ ନେତୃତ୍ୱ ନେଇଛନ୍ତି । ଏଥିରେ ୭୮.୯୪ ବିଜୟ ପ୍ରତିଶତ ସହ ସେ ୧୫ଥର ବିଜୟୀ ହୋଇଛନ୍ତି । ସେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଭାରତର ନେତୃତ୍ୱ ନେଇଥିଲେ ଏବଂସ ତିନୋଟି ମ୍ୟାଚରେ ବିଜୟୀ ହୋଇଥିଲେ । ହେଲେ କ୍ୟାପଟେନ୍ ଭାବେ ତାଙ୍କର ବଡ଼ ଟେଷ୍ଟ ୨୦୧୮ରେ ନିଦାହାସ ଟ୍ରଫିରେ ହୋଇଥିଲେ । ଏହାବ୍ୟତୀତ ରୋହିତ୍ ନା କେବଳ କ୍ୟାପଟେନ୍ ଭାବେ ସଫଳ ହୋଇଛନ୍ତି ବରଂ ନେତୃତ୍ୱ କାଳରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ବଡ଼ ସ୍କୋର ମଧ୍ୟ କରିଛନ୍ତି । ସେ ୧୯ ମ୍ୟାଚରେ ୪୧.୮୮ ହାରରେ ୭୧୨ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶଥକ ଓ ୫ଟି ଅର୍ଦ୍ଧଶତକ ସାମିଲ୍ ଅଛି । ରୋହିତଙ୍କ ନିଯୁକ୍ତି ପରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ଭାରତର ପରବର୍ତୀ କୋଚ୍ ଭାବେ ନିଯୁକ୍ତି ଦେବ । ହେଲେ ତାଙ୍କୁ ସିଏସି ପାଇଁ ପ୍ରେଜେେଂଟସନ୍ ଦେବା ସହ ପୂରା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ।
