କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀରେ ଖେଳାଯିବ ଭାରତ-ଇଣ୍ଡିଜ୍ ଟି-୨୦!
India's Rohit Sharma (C) waits for a third umpire decision during the 2013 ICC Champions Trophy One Day International (ODI) cricket match between India and West Indies at The Oval in London, England on June 11, 2013. India are chasing West Indies innings score of 233 runs for the loss of nine wickets after India won the toss and elected to field first. AFP PHOTO/GLYN KIRK - RESTRICTED TO EDITORIAL USE (Photo credit should read GLYN KIRK/AFP/Getty Images)
କଟକ : ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ଖେଳାଯିବ ଆନ୍ତର୍ଜାତିକ ମ୍ୟାଚ। ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍ ରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନ୍ ସିଲ ବୈଠକ ଥିବାରୁ ଏଥିରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ଲାଗିପାରେ। ୨୦୨୧-୨୦୨୨ ଘରୋଇ କ୍ରିକେଟ୍ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି। ଏହା ଅନୁସାରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ। ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି। ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇସାରିଛି ବୋଲି ଜଣାପଡିଛି। ତେବେ ବିସିସିଆଇ ଏହି ଖେଳସୂଚୀକୁ ଔପଚାରିକ ଭାବେ ଘୋଷଣା କରିନାହିଁ।
ବିସିସିଆଇ ଖେଳସୂଚୀ ପ୍ରସ୍ତୁତକରି ୪ଟି ପ୍ରତିଯୋଗୀ ଦେଶ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ଅନୁମୋଦନ ପାଇଁ ପଠାଇ ଦେଇଛି। ସମସ୍ତ ବୋର୍ଡ ଏହି ଖେଳସୂଚୀକୁ ଅନୁମୋଦନ କଲେ; ଏହାକୁ ବିଧିବଦ୍ଧ ଭାବେ ବିସିସିଆଇ ଘୋଷଣା କରିବ। ଖେଳସୂଚୀ ଅନୁମୋଦନ ହେଲେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ଖବର ହେବ। ୨୦୧୯ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍ ରେ ଶେଷଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳା ଯାଇଥିଲା। ୱେଷ୍ଟଇଣ୍ଡିଜ୍ କୁ ଦିନିକିଆ ମ୍ୟାଚ୍ ରେ ଭାରତ ପରାସ୍ତ କରିଥିଲା। ପୁଣି ବାରବାଟୀରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ହେବ। ୨୦୨୨ ଆଇପିଏଲ୍ ପାଇଁ ବିସିସିଆଇ କଟକର ବାରବାଟୀ ଷ୍ଟାଡିୟମ୍ କୁ ଅନ୍ୟତମ ଆୟୋଜକ ସହର ଭାବେ ତାଲିକାରେ ରଖିଛି।
