ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ
- ବିଜୟ ଧାରା ବଜାୟ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ : ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ । ଭାରତର ଯୁବ ଖେଳାଳି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଦମ ଦେଖାଇଛନ୍ତି। ଏହି ଫର୍ମକୁ ବଜାୟ ରଖି ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଜିତି ସିରିଜ୍ ଜିତିବା ଲକ୍ଷ୍ୟ ନେଇ ମଙ୍ଗଳବାର ପଡିଆକୁ ଓହ୍ଲାଇବ ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ପ୍ରଥମ ଦିନିକିଆରେ ଅଧିନାୟକ ଶିଖର ଧାଓ୍ଵନ ଅଧିନାୟକତ୍ଵ ଇନିଂସ ସମ୍ଭାଳିଥିବା ବେଳେ ପୃଥ୍ଵୀ ଶ, ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳକୁ ଏକତରଫା ବିଜୟ ଦେଇଥିଲେ।
ନିଜର ପ୍ରଥମ ଦିନିକିଆ ଖେଳୁଥିବା ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲରୁ ହିଁ ବିରୋଧୀ ଦଳ ଉପରେ ଭାରି ପଡିଥିଲେ। ଶ୍ରୀଲଙ୍କାର ବୋଲିଂ ଆକ୍ରମଣ ସେତେଟା ପ୍ରଭାବଶାଳୀ ନଥିବାରୁ ଭାରତ ୩୭ ଓଭରରେ ହିଁ ୨୬୩ ରନର ବିଜୟ ଲକ୍ଷ୍ୟକୁ ସହଜରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା।ଭାରତ ଦ୍ଵିତୀୟ ଦିନିକିଆରେ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ ରହିଛି। ସିରିଜ୍ ଜିତିବା ପରେ ଦଳ ତୃତୀୟ ଦିନିକିଆରେ ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁବ। କେବଳ ମନୀଷ ପାଣ୍ଡେଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେ ପ୍ରଥମ ଦିନିକିଆରେ ୪୦ ବଲ୍ରୁ ସଂଘର୍ଷ କରି ୨୬ ରନ କରିଥିଲେ। ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଅନ୍ୟପଟେ ଯଦି ଦ୍ଵିତୀୟ ମ୍ୟାଚ୍ ଜିତି ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବାର ଅଛି, ତେବେ ଶ୍ରୀଲଙ୍କାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଅନୁଭବହୀନ ଏହି ଦଳ ଦେଖାଇଛନ୍ତି ଯେ, ବିପକ୍ଷ ଦଳକୁ ଚ୍ୟାଲେଞ୍ଜ ଦେବା ପାଇଁ ସେମାନଙ୍କ ପାଖରେ ପ୍ରତିଭା ରହିଛି। କିନ୍ତୁ ସେମାନଙ୍କୁ ଏବେଠୁ ଜିତିବା ଶିଖିବାକୁ ପଡିବ। ଅଧିକାଂଶ ବ୍ୟାଟସମ୍ୟାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଭାରତକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ସେମାନଙ୍କୁ ବଡ ଇନିଂସ ଖେଳିବାକୁ ପଡିବ। ବୋଲରଙ୍କୁ ମଧ୍ୟ ଅତିରିକ୍ତ ପ୍ରୟାସ କରିବାକୁ ପଡିବ। ତେବେ ଯାଇ ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇ ପାରିବେ। ଦୁଇ ଦଳ ଏହି ଧିମା ପିଚରେ ଲକ୍ଷ୍ୟର ପିଛା କରିବାକୁ ପସନ୍ଦ କରିବେ। କାରଣ ପରେ ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ବ୍ୟାଟିଂ ଅନକୂଳ ହୋଇ ଯାଉଛି।
ଭାରତ ଦ୍ଵିତୀୟ ଦିନିକିଆରେ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ ରହିଛି। ସିରିଜ୍ ଜିତିବା ପରେ ଦଳ ତୃତୀୟ ଦିନିକିଆରେ ଅନ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁବ। କେବଳ ମନୀଷ ପାଣ୍ଡେଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେ ପ୍ରଥମ ଦିନିକିଆରେ ୪୦ ବଲ୍ରୁ ସଂଘର୍ଷ କରି ୨୬ ରନ କରିଥିଲେ। ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଦୀର୍ଘ ସମୟ ପରେ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଏକାଠି ନଜର ଆସିଛନ୍ତି। ପୁଣି ଥରେ ସେମାନେ ସାବ୍ୟସ୍ତ କରିଛନ୍ତି ଯେ, ଯୋଡି ହିସାବରେ ଦୁହେଁ କେତେ ପ୍ରଭାବଶାଳୀ। ସ୍ପିନର ଅଧିକାଂଶ ଓଭର କରିଥିଲେ ବି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୫ ଓଭର ବୋଲିଂ କରିବା ନିଶ୍ଚିତ ଭାବେ ଦଳ ପାଇଁ ବହୁତ ଶୁଭଙ୍କର। ହେଲେ ପ୍ରଥମ ଦିନିକିଆରେ ଅନୁଭବୀ ବୋଲର ଭୁବନେଶ୍ଵର କୁମାର ବିଫଳ ହୋଇଥିଲେ। ସେ ଦ୍ଵିତୀୟ ଦିନିକିଆରେ ଏହାର ଭରଣା କରିବାକୁ ଚାହିଁବେ। ଅନ୍ୟପଟେ ଯଦି ଦ୍ଵିତୀୟ ମ୍ୟାଚ୍ ଜିତି ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବାର ଅଛି, ତେବେ ଶ୍ରୀଲଙ୍କାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଅନୁଭବହୀନ ଏହି ଦଳ ଦେଖାଇଛନ୍ତି ଯେ, ବିପକ୍ଷ ଦଳକୁ ଚ୍ୟାଲେଞ୍ଜ ଦେବା ପାଇଁ ସେମାନଙ୍କ ପାଖରେ ପ୍ରତିଭା ରହିଛି। କିନ୍ତୁ ସେମାନଙ୍କୁ ଏବେଠୁ ଜିତିବା ଶିଖିବାକୁ ପଡିବ। ଅଧିକାଂଶ ବ୍ୟାଟସମ୍ୟାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଭାରତକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ସେମାନଙ୍କୁ ବଡ ଇନିଂସ ଖେଳିବାକୁ ପଡିବ। ବୋଲରଙ୍କୁ ମଧ୍ୟ ଅତିରିକ୍ତ ପ୍ରୟାସ କରିବାକୁ ପଡିବ। ତେବେ ଯାଇ ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇ ପାରିବେ। ଦୁଇ ଦଳ ଏହି ଧିମା ପିଚରେ ଲକ୍ଷ୍ୟର ପିଛା କରିବାକୁ ପସନ୍ଦ କରିବେ। କାରଣ ପରେ ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ବ୍ୟାଟିଂ ଅନକୂଳ ହୋଇ ଯାଉଛି।
