ପ୍ରଥମ ଦିନିକିଆ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଇଂଲଣ୍ଡ
ଲଣ୍ଡନ : ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି । ଟସ୍ ଜିତି ପ୍ରଥମ ମୁକାବିଲାରେ ଭାରତ ବୋଲିଂ ନିଷ୍ପତ୍ତି ନେଇଛି। ଆହତଜନିତ ସମସ୍ୟା କାରଣରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି। ଫଳରେ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଛି।
ଆସନ୍ତା ବର୍ଷ ରହିଛି ଦିନିକିଆ ବିଶ୍ଵ କପ୍ । ଏବେଠୁ ଉପଯୁକ୍ତ ଦଳ ପ୍ରସ୍ତୁତ କରିବାର ସମୟ । ତେଣୁ ଭାରତ ଏକାଦଶ ଚୟନକୁ ନେଇ ପରୀକ୍ଷା ନୀରିକ୍ଷା କରିବା ନିଶ୍ଚିତ । ଘରୋଇ ଇଂଲଣ୍ଡ ବେଶ୍ ଶକ୍ତିଶାଳୀ । ସେମାନେ ବିଶ୍ଵ ଚାମ୍ପିଅନ । ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ ପୂର୍ବରୁ କିଛି ଦିଗରେ ଭାରତ ନଜର ଦେବା ସ୍ଵାଭାବିକ । ବିଶେଷ କରି ବ୍ୟାଟିଂ ବିଭାଗକୁ ନେଇ ଅନେକ ତର୍ଜମା ହେବ । ଆଜିର ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବା ନିଶ୍ଚିତ। ଫିଟ୍ ହୋଇ ଫେରିବା ଦିନଠୁ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବର୍ତ୍ତମାନ ଟି-୨୦ର ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବାର ସମୟ। ଟିମ ମ୍ୟାନେଜମେଣ୍ଟ ମଧ୍ୟ ଭାବି ଚିନ୍ତି ତାଙ୍କୁ କାର୍ଯ୍ୟ ଭାର ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ୧୦ ଓଭର ବୋଲିଂ କରିବା ଭଳି ଫିଟ୍ନେସ୍ ଅଛି କି ନାହିଁ, ତାହା ଏହି ସିରିଜରେ ସ୍ପଷ୍ଟ ହୋଇଯିବ। ଯୁବ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି । ମ୍ୟାଚ୍ରେ ବୁମରା ଓ ମହମ୍ମଦ ସାମି ପେସ୍ ବିଭାଗ ସମ୍ଭାଳିବେ ।
ଭାରତ :
ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା।
ଇଂଲଣ୍ଡ :
ଜାସନ ରୟ, ଜୋନି ବେୟାରଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ୍ ବଟଲର(ଓ୍ଵିକେଟ୍ କିପର/ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, କ୍ରେଗ ଓଭରଟନ, ଡେଭିଡ୍ ଓ୍ଵିଲି, ବ୍ରିଡନ କାରସେ, ରିସେ ଟୋପଲେ।
