ଆଇସିସି ରାଙ୍କିଙ୍ଗ ଶୀର୍ଷରେ ଭାରତ
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିବା ପରେ ଗତକାଲି ଭାରତୀୟ ଦଳ ଟି ୨୦ ସିରିଜକୁ ମଧ୍ୟ ନିଜ କବଜାରେ ନେଇଛି । ତୃତୀୟ ତଥା ଅନ୍ତିମ ଟି-୨୦କୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧୭ ରନରେ ଜିତିବା ପରେ ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି ଭାରତ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ କ୍ଲିନ ସୁଇପ ପରେ ଭାରତ ଆଇସିସି ଟିମ୍ ରାଙ୍କିଙ୍ଗରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ଶେଷ ଟି-୨୦ ପୂର୍ବରୁ ଭାରତ ୧ନଂ ସ୍ଥାନରେ ଥିଲା । ଇଂଲଣ୍ଡ ୨୬୯ ପଏଣ୍ଟ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ୨୬୮ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା। କିନ୍ତୁ ରବିବାର ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିଥିବାରୁ ୧ନଂ ସ୍ଥାନ ଦଖଲ କରି ନେଇଛି ।
ସୂଚନା ଯେ, ଦୀର୍ଘ ୬ ବର୍ଷ ପରେ ଭାରତ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇଛି। ଭାରତ ଶେଷଥର ପାଇଁ ୨୦୧୬ ଫେବୃଆରୀ ୧୨ରୁ ୨୦୧୬ ମେ’ ୩ ଯାଏ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଭାରତର ଅଧିନାୟକ ଥିଲେ।
