ଇଣ୍ଡିଆକୁ ଝଟ୍କା : ଆହତ ହେଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ
ସେଂଚୁରିୟନ୍ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଂଚୁରିୟନରେ ଜାରିରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ବଡ ଝଟ୍କା ଲାଗିଛି । ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡିଛି । ଯାହା ଫଳରେ ସେ ପଡିଆରୁ ବାହାରକୁ ଯିବାକୁ ପଡିଛି । ତାଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଶ୍ରେୟସ ଆୟର ଫିଲ୍ଡିଂ କରୁଛନ୍ତି ।ତେବେ ବୁମରାହଙ୍କ ଆହତ କେତେ ଜଟିଳ ତାହା ଜଣାପଡିନଥିବା ବେଳେ ମେଡିକାଲ ଟିମ ଲଗାତାର ଭାବେ ପରୀକ୍ଷା ଜାରି ରଖିଛନ୍ତି । ଯଦି ବୁମରାହ ତୁରନ୍ତ ସୁସ୍ଥ ନହୁଅନ୍ତି ତେବେ ଭାରତର ଟେନସନ୍ ବଢିବ । ବୁମରାହ ତାଙ୍କ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍କା ଦେଇଥିଲେ ।
ମ୍ୟାଚର ଏକାଦଶ ଓଭରର ପଂଚମ ବଲ୍ ପକାଉଥିବା ବୁମ୍ରା ଯେତେବେଳେ ନିଜର ଫଲୋ ଥ୍ରୁ’କୁ ଗଲେ, ହଠାତ୍ ତାଙ୍କର ଗୋଇଠି ମୋଡ଼ି ହୋଇଯାଇଥିଲା । ଯାହା ପରେ ବୁମ୍ରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ବୁମ୍ରାଙ୍କୁ ଏମିତି ଯନ୍ତ୍ରଣାରେ ଦେଖି ଭାରତୀୟ ଟିମର ଫିଜିଓ ତୁରନ୍ତ ମଇଦାନକୁ ଆସିଥିଲେ ଏବଂ ତାଙ୍କୁ ବାହାରକୁ ନେଇ ଚାଲିଯାଇଥିଲେ । ବୁମ୍ରା ନିଜେ ଚାଲିଚାଲି ମଇଦାନ ବାହାରକୁ ଯାଇଥିଲେ, କିନ୍ତୁ ଏହା ପରେ ତାଙ୍କ ଡାହାଣ ଗୋଡ଼ରେ ପଟି ବନ୍ଧା ଯାଇଥିଲା । ତେବେ ବୁମ୍ରାଙ୍କ ଆହତ କେତେ ଗୁରୁତର, ତାହା ସ୍ପଷ୍ଟ ହୋଇନାହିଁ । ମଇଦାନକୁ ବାହାରକୁ ଯିବା ପରେ ବୁମ୍ରା ଆଉ ବୋଲିଂ କରିବାକୁ ଆସିନାହାନ୍ତି । ବୁମ୍ରା ୫.୫ ଓଭର ବୋଲିଂ କରି ୧୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ଇନିଂସର ପଂଚମ ବଲରେ ବୁମ୍ରା ଭାରତକୁ ଏହି ସଫଳତା ଦେଇଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ବୁମ୍ରା ଭାରତର ସବୁଠାରୁ ବଡ଼ ମ୍ୟାଚ୍ ୱିନର । ଦକ୍ଷିଣ ଆଫ୍ରିକା ପିଚରେ ତାଙ୍କ ବୋଲିଂ ବିରୋଧୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ ।
