ଆଜି ଭାରତ-ଆୟର୍ଲାଣ୍ଡ ତୃତୀୟ ଟି-୨୦, କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ବୁମରାହ ବାହିନୀ
ଡବଲିନ୍ : ଆଜି ଖେଳାଯିବ ଭାରତ-ଆୟର୍ଲାଣ୍ଡ ତୃତୀୟ ଟି-ଟ୍ବେଣ୍ଟି । ଡବଲିନ୍ ରେ ବୁଧବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ଖେଳାଯିବ ଏହି ମ୍ୟାଚ୍ । ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରି ସାରିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ ଜିତି କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ବୁମରାହ ବାହିନୀ।
ଅନ୍ୟପଟେ ପ୍ରଥମ ଦୁଇଟି ମ୍ୟାଚ ହାରିଥିବା ଆୟର୍ଲାଣ୍ଡ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଆଜିର ମ୍ୟାଚରେ ଭାରତ ବଳକା ଖେଳାଳିଙ୍କୁ ସୁଯୋଗ ମିଳିପାରେ । ଭାରତୀୟ ଦଳ ଆୱେସ ଖାନ୍ ଓ ଜିତେଶ ଶର୍ମାଙ୍କୁ ନେଇ ପରୀକ୍ଷା କରିବା ସମ୍ଭାବନା ରହିଛି। ଏସିଆ କପ୍ ପୂର୍ବରୁ ଏହା ଶେଷ ଆନ୍ତର୍ଜାତିକ ମ୍ୟାଚ୍ ହୋଇଥିବାରୁ ଯଶପ୍ରୀତ୍ ବୁମ୍ ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ ଉପରେ ଅଧିକ ନଜର ରହିବ।
ସେହିପରି ଯେଉଁମାନେ ଅଧିକ ମ୍ୟାଚ୍ ଧରି ବେଞ୍ଚରେ ବସି ଆସୁଛନ୍ତି, ସେମାନଙ୍କୁ ଏହି ମ୍ୟାଚ୍ ରେ ଖେଳାଯାଇ ଏସୀୟ କ୍ରୀଡ଼ା ପାଇଁ କେତେ ପ୍ରସ୍ତୁତ ତାହା ପରଖା ଯାଇପାରିବ। ଆୱେସ ଖାନ୍, ଜିତେଶ ଶର୍ମା ଓ ଶାହବାଜ ଅହମଦ ଆନ୍ତର୍ଜାତିକ ଅଭିଜ୍ଞତା ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଶ୍ବକପ୍ ଦଳରେ ସ୍ଥାନ ପାଇବା ଆଶାରେ ଥିବା ସଞ୍ଜୁ ଏହି କୌଣସି ମ୍ୟାଚ୍ ହାତଛଡ଼ା କରିବାକୁ ଚାହିବେନି। ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ଭାରତୀୟ ଯୁବ ବାହିନୀ ଦମଦାର୍ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ୨୦୧୮ ଏବଂ ୨୦୨୨୨ ରେ ଆୟର୍ଲାଣ୍ଡ ସିରିଜ୍ ଜିତିଥିଲା ଭାରତ।
