ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ
ରାଜକୋଟ : ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ । ଆଇସିସି ଦିନିକିଆ ବିଶ୍ୱକପ୍ ପୂର୍ବ ଶେଷ ମ୍ୟାଚ୍ ଖେଳିବ ଭାରତ-ଅଷ୍ଟ୍ରେଲିଆ ଟିମ୍ । ରାଜକୋଟରେ ଉଭୟ ଟିମ୍ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍ ।
ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏପଟେ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ କଙ୍ଗାରୁ ଦଳ । ମୋହାଲି ଓ ଇନ୍ଦୋରରେ ଜବରଦସ୍ତ ପ୍ରଦର୍ଶନ କରି ଆଗୁଆ ସିରିଜ କବଜା କରିଛି ଟିମ ଇଣ୍ଡିଆ ।
ପୂର୍ବରୁ ୩ଟିକିଆ ସିରିଜ୍ରେ ପ୍ରଥମ ୨ଟି ମ୍ୟାଚ୍ ଜିତିସାରିଛି ଟିମ୍ ଇଣ୍ଡିଆ । ଯାହାଫଳରେ ଆଗୁଆ ସିରିଜ୍ କବ୍ଜା କରିସାରିଛି ଟିମ୍ ଇଣ୍ଡିଆ । ଆଉ ଏବେ ଅଷ୍ଟ୍ରେଲିଆ ପାଇଁ ସମ୍ମାନର ଲଢେଇ । ଲଗାତର ଭାବେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ଠାରୁ ସିରିଜ୍ ହାରିସାରିଛି କଙ୍ଗାରୁ ଟିମ୍ । ଲଗାତର ଭାବେ ମଧ୍ୟ ୬ଟି ମ୍ୟାଚ୍ରେ ମଧ୍ୟ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ବାହିନୀ । ତେଣୁ ଭାରତ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ରେ ବିଜୟୀ ହୋଇ ସମ୍ମାନ ସହ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟକୁ ଯିବ ବୋଲି ଆଶା ରଖିଛି ।
ତେବେ ଭାରତ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଛି । ବୁଧବାରର ମ୍ୟାଚ୍ରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା ରଖିଛି । ଖାସ୍ କରି ରୋହିତ ଶର୍ମା, ବିରାଟ କୋହଲି ଏବଂ କୁଲଦୀପ ଯାଦବ ଦଳକୁ ଫେରିପାରନ୍ତି । ପ୍ରଥମ ଦୁଇଟି ଦିନିକିଆରୁ ଏମାନଙ୍କୁ ବିଶ୍ରାମ ଦିଆଯାଇଥିଲା । ସେହିପରି ଶୁବମନ୍ ଗିଲ୍, ମହମ୍ମଦ ସାମି, ସର୍ଦ୍ଦୁଲ ଠାକୁରଙ୍କ ଦଳ ବିଶ୍ରାମ ଦେଇପାରେ ଦଳ । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳ ମଧ୍ୟ ନିଜର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ । ମିଚେଲ ଷ୍ଟାର୍କ, ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ପ୍ୟାଟ୍ କମିନ୍ସ ଦଳକୁ ଫେରିପାରନ୍ତି । ବିଶ୍ୱକପ୍ ପୂର୍ବରୁ ନିଜର ପୁରା ଶକ୍ତି ସହ ଅଷ୍ଟ୍ରେଲିଆ ୩ୟ ଦିନିକିଆ ଖେଳିବ ବୋଲି ସୂଚନା ରହିଛି ।
ତେବେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ପୂର୍ବରୁ ବଡ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର୍ ଶୁବମନ ଗିଲ, ଦ୍ରୁତ ବୋଲର ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲ ପ୍ଲେଇଂ ଇଲେଭେନର ଅଂଶ ହେବେ ନାହିଁ । ସେହିପରି ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ନେଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଦଳକୁ କମବ୍ୟାକ କରିଛନ୍ତି। ଚାଇନା ମ୍ୟାନ କୁଲଦୀପ ଯାଦବ ମଧ୍ୟ ଦଳକୁ ଫେରିଛନ୍ତି। ବିଶ୍ୱକପ ପୂର୍ବରୁ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିବାରୁ ଏହାର ଗୁରୁତ୍ୱ ବେଶ ଅଧିକ।କିନ୍ତୁ ମ୍ୟାଚ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ୧୭ ଜଣ ଖେଳାଳିଙ୍କୁ ବିସିସିଆଇ ଚୟନ କରିଥିଲେ ହେଁ ଆଜି ମ୍ୟାଚ୍ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ହେବେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଚୂଡ଼ାନ୍ତ ଇଲେଭେନରେ ସୁଯୋଗ ପାଇବେ।
ରାଜକୋଟ୍ରେ ହେବ ରନ ବର୍ଷା । ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ସର୍ବଦା ବିଶାଳ ସ୍କୋର ସଂଗୃହୀତ ହୋଇଛି । ଏଠାରେ ୩ଟି ଦିନିକିଆ ଖେଳାଯାଇଛି ଓ ୪ଟି ଇନିଂସରେ ୩୦୦ରୁ ଅଧିକ ରନ ସଂଗୃହୀତ ହୋଇଛି । ୨୦୨୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଦିନିକିଆ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୬/୩୪୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୩୦୪ ରନ୍ ସଂଗ୍ରହ କରିଥିଲା । ଆସନ୍ତା କାଲି ପାଗ କୋହଲା ରହିବ । ମାତ୍ର ବର୍ଷା ସମ୍ଭାବନା ନାହିଁ ।
ଭାରତ ସମ୍ଭାବ୍ୟ ଦଳ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ : ମିଚେଲ ମାର୍ଶ, ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ୍, ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, ଗ୍ଲେନ ମାକ୍ସୱେଲ୍, ମାର୍କସ ଷ୍ଟଇନିସ୍, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ(ଅଧିନାୟକ), ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।
