ଗୁରେଜରେ ସେନା ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ
କାଶ୍ମୀର : ଜାମ୍ମୁ କାଶ୍ମୀରର ଗୁରେଜରେ ସେନା ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରେଜ ସେକ୍ଟରର ବାରୁଣ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଜାମ୍ମୁ କାଶ୍ମୀରରେ ଗୁରେଜରେ ଏହି ସମୟରେ ପ୍ରବଳ ତୁଷାରପାତ ହେଉଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ପାଦରେ ଓ ହେଲିକପ୍ଟର ଯୋଗେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରାଯାଉଛି। ସୂଚନାନୁସାରେ, ପାଇଲଟ୍ ସୁରକ୍ଷିତ ଥିବା ଜଣା ପଡ଼ିଛି ।
