ୟୁକ୍ରେନକୁ ପୁଣି ମାନବୀୟ ସହୟତା ପଠାଇଲା ଭାରତ
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବ୍ୟାପକ ପ୍ରଭାବିତ ହୋଇଥିବା ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଣ ପ୍ରକ୍ରିୟା ବଜାୟ ରଖିଛି ଭାରତ । ଆଜି (ସୋମବାର) ଭାରତ ତାର ସହାୟତା ଶୃଙ୍ଖଳାର ୧୨ କନସାଇନମେଣ୍ଟ ୟୁକ୍ରେନକୁ ହସ୍ତାନ୍ତର କରିଛି । ୟକ୍ରେନ ରାଜଧାନୀ କିଭରେ ଅବସ୍ଥାପିତ ଭାରତୀୟ ରାଷ୍ଟଦୂତ ହର୍ଷ କୁମାର ଜୈନ ୟୁକ୍ରେନର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଓଲକେସି ଇରେମେନକୋଙ୍କୁ ଏହି କନସାଇନମେଣ୍ଟ ହସ୍ତାନ୍ତର କରିଛନ୍ତି । ଏଥିରେ ଔଷଧ, ଜରୁରୀ ମେଡିକାଲ ସାମଗ୍ରୀ ଓ ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ରହିଛି ।
ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ସାଧାରଣ ଜୀବନଯାତ୍ରା ମଧ୍ୟ ଗଭୀର ପ୍ରଭାବିତ ହୋଇଛି । ଏପରି ମାନବୀୟ ସଙ୍କଟ ସ୍ଥିତିରେ ଭାରତ ତାର ନୈତିକ ଉତ୍ତର ଦାୟିତ୍ବ ଲିଭାଇବାକୁ ଯାଇ ମାନବୀୟ ସହାୟତା ଯୋଗାଇ ଚାଲିଛି । ଯୁଦ୍ଧ ଆରମ୍ଭରୁ ଏହି ଯୋଗାଣ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ତାହା ଏବେ ମଧ୍ୟ ଜାରି ରହିଛି । ଏକାଧିକ ପର୍ଯ୍ୟାୟରେ ଔଷଧ, ଚିକିତ୍ସା ଉପକରଣ ସାମଗ୍ରୀ ଓ ଖାଦ୍ୟ ଆଦି ପଠାଇ ସାରିଛି ଭାରତ । ଆଜି ଏହି ଶୃଙ୍ଖଳାର ୧୨ତମ କନସାଇନମେଣ୍ଟ ୟୁକ୍ରେନକୁ ହସ୍ତାନ୍ତର କରିଛି ଭାରତ ।
