କରୋନା ସଂକ୍ରମଣ ବୃଦ୍ଧି ! ଏଣିକି ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ
ସମ୍ବଲପୁର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସମ୍ବଲପୁର ମହାନଗର ନିଗମ । ଦୋକାନ, ହୋଟେଲରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ୬ ଫୁଟ୍ ଦୂରତା ମାନିବା ଜରୁରୀ । ଅଧିକ ଭିଡ଼ ହେଲେ ପାର୍ସଲ ସୁବିଧା ଯୋଗାଇଦେବାକୁ କୁହାଯାଇଛି ।
ସମ୍ବଲପୁର ମହାନଗର ନିଗମ ଅଂଚଳରେ ରହୁଥିବା ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ଗାଇଡଲାଇନ ଜାରି ହେବା ସହ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ କୁହାଯାଇଛି । ଅତିକମରେ ୬ ଫୁଟ ଦୂରତା ଓ ଭିଡ ବଢିଲେ ହୋଟେଲ, ରେଷ୍ଟୁରାଣ୍ଟରେ ପାର୍ସଲ ବ୍ୟବସ୍ଥା ଆପଣେଇବାକୁ କୁହାଯାଇଛି । ସୂଚନା ଯେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛିନ । ଯାହାକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏପିରିକି ଯଦି କେହି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।
