ଅଜିତ୍ ପାୱାରଙ୍କ ସମ୍ପର୍କିୟଙ୍କ ଘର ଏବଂ ଅନ୍ୟ ଠିକଣା ଉପରେ ଆୟକର ଚଢ଼ାଉ ତୃତୀୟ ଦିନରେ
ମୁମ୍ବାଇ : ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଭଉଣୀ ଡା. ରଜନୀ ଇନ୍ଦୁଲକର ଏବଂ ତାଙ୍କ ସମ୍ପର୍କିଙ୍କ ଘର, ଅଫିସ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଲଗାତାର ତୃତୀୟ ଦିନ ଶନିବାରକୁ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏହି କାର୍ଯ୍ୟକ୍ରମ ବିଷୟରେ ଆୟକର ବିଭାଗ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ ।
ଆଧିକାରୀକ ସୂତ୍ରର ଜଣାଯାଏ ଯେ ଶନିବାର ଦିନ ଆୟକର ଟିମ୍ ପୁଣେରେ ଅଜିତ୍ ପାୱାରଙ୍କ ଭଉଣୀ ଡା. ରଜନୀ ଇନ୍ଦୁଲକରଙ୍କ ଘର, ଅଫିସ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଲଗାତାର ତୃତୀୟ ଦିନ ଚଢ଼ାଉ କରୁଛି । ଏହିପରି ଆୟକର ଟିମ୍ ବାରାମତୀରେ ଅଜିତ୍ ପାୱାରଙ୍କ ସମ୍ପର୍କିୟ ଶ୍ରାୟବର ଡାୟନାମିକ୍ସ ସଂସ୍ଥାନରେ ମଧ୍ୟ ପହଂଚିଛି । ଏହି ସଂସ୍ଥାନର ପୁରା ଦେଶରେ ୩୦ରୁ ଅଧିକ ସହଯୋଗୀ କମ୍ପାନୀ ଅଛି । ଆୟକର ଟିମ୍ ଏଠାରୁ କମ୍ପ୍ୟୁଟର, ମୋବାଇଲ ଆଦି ଜବତ କରିଛି ଏବଂ ଦବା ନବା ସମ୍ବନ୍ଧିତ କାଗଜପତ୍ର ଯାଂଚ କରୁଛି । ଏହିପରି ନନ୍ଦୁରବାରରେ ଅଜିତ୍ ପାୱାରଙ୍କ ସମ୍ପର୍କିୟ ସଚିନ୍ ସିଙ୍ଗାଲେଙ୍କ ଆୟାନ ମଲ୍ଟିଟ୍ରେଡ କମ୍ପାନୀରେ ମଧ୍ୟ ତୃତୀୟ ଦିନ ଆକରର ଚଢ଼ାଉ ଜାରି ରହିଛି । ଆୟକର ଟିମ୍ ଅହମ୍ମଦନଗରରେ ମଧ୍ୟ ଅଜିତ୍ ପାୱାରଙ୍କ ସମ୍ପର୍କିୟଙ୍କ ଘରେ ଚଢ଼ାଉ କରିଛି ।
ଏହି କାର୍ଯ୍ୟାନୁଷ୍ଠାନ ଉପରେ ରାକାଂପା ସାଂସଦ ସୁପ୍ରିୟା ସୁଲେ ଅଭିଯୋଗ ଆଣିଛନ୍ତି ଯେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ କେବଳ ପାୱାର ପରିବାରକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଇସାରାରେ କରାଯାଉଛି । ତାଙ୍କ ଭଉଣୀ ଏବଂ ଅନ୍ୟ ସମ୍ପର୍କିୟ ନିଜେ ଏଗୁଡ଼ିକର ସାମ୍ନା କରିବା ପାଇଁ ସକ୍ଷମ । ଏଥିପାଇଁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ କୌଣସି ଚିନ୍ତା ନାହିଁ । ଉପ ମୁଖ୍ୟମନ୍ତ୍ରୀ ଏବଂ ରାକାଂପାର ବରିଷ୍ଠ ନେତା ଅଜିତ୍ ପାୱାର କହିଛନ୍ତି ଯେ ଚଢ଼ାଉ ପରେ ସେ ଏହି ବିଷୟରେ ଗଣମାଧ୍ୟମ ସହ କଥାହେବ ।
