ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରେ ଆୟକର ବିଭାଗର ଚଢାଉ
ଭୁବନେଶ୍ବର : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର, କେନ୍ଦୁଝର, ଯୋଡ଼ାରେ ମୋଟ୍ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଯୋଡ଼ା ସ୍ଥିତ ନମ୍ବିରା, ଉଚ୍ଚବାଲି, କେଦୁଝର ବଡହଳ ସ୍ଥିତ ଅଫିସ୍ ଓ ଭୁବନେଶ୍ଵର ସ୍ଥିତ ବାସଭବନରେ ଚଢାଉ ଜାରି ରହିଥିବା ଖବର ମିଳିଛି ।
ତେବେ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗରେ ରେଡ୍ ଚାଲିଥିବା ସୂଚନା । ଚଢାଉରେ ୧୦ ଜଣିଆ ଟିମ୍ ସାମିଲ ଅଛନ୍ତି ବୋଲି ଜଣାପଡିଛି ।
