ନୀଳଗିରିରେ ‘ଆମ ହସ୍ପିଟାଲ’ ରୂପାନ୍ତରିକରଣ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ନୀଳଗିରି : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୀଳଗିରି ଉପଖଣ୍ଡ ହସ୍ପିଟାଲର ରୂପାନ୍ତରିକରଣ ଆମ ହସ୍ପିଟାଲର ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ।
ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ଦୁଲାଲ ସେନ ଜଗଦେବ, ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ, ତହସିଲଦାର ଦିପ୍ତୀମୟୀ ବେହେରା, ନୀଳଗିରୀ ବିଡିଓ ରାହୁଲ ମଣ୍ଡଳ, ନୀଳଗିରି ମେଡିକାଲର ଏସ୍ଡିଏମ୍ଓ ଡା. ସରୋଜିନୀ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ନୀଳଗିରି ମେଡିକାଲରେ ଖୁବ୍ ସୁନ୍ଦର ହୋଇଥିବା ରୂପାନ୍ତରିକରଣ କାର୍ଯ୍ୟରେ ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷୀ ମାଝୀ, ଏନ୍ଏସି, ଅଧ୍ୟକ୍ଷା ଅମ୍ବିକା ଦାସ, ବହୁ ନିର୍ବାଚିତ ଲୋକପ୍ରତିନିଧି ଉପସ୍ଥିତ ଥିଲେ ।
