୫୩ନଂ ୱାର୍ଡରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆପ, କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ମିଶିଲେ ବିଜେଡିରେ
କଟକ : ଚୌଦ୍ୱାର କଟକ ବିଜେଡି ପକ୍ଷରୁ କଟକ ମହାନଗର ନିଗମ ଅନ୍ତର୍ଗତ ୫୩ନଂ ୱାର୍ଡସ୍ଥିତ ଗୋବିନ୍ଦ ମଣ୍ଡପଠାରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନାଙ୍କ ନେତୃତ୍ୱରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିଏମସି ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଚୌଦ୍ୱାର କଟକ ମହିଳା ସଭାନେତ୍ରୀ ସୌଭାଗିନୀ ଜେନା, ସିଏମସି ୱାର୍କ୍ସ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ଖୁଟିଂଆ, କଟକ ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଇଂ ସୁବ୍ରତ ଘଡାଇ, ବରିଷ୍ଠ ସ୍ଥାନୀୟ ମୁରବୀ ରଜନୀକାନ୍ତ ପରିଜା, ବିପିନୀ ବିହାରୀ ଭୋଳ, ମନିନ୍ଦ୍ର ଗୋଚ୍ଛାୟେ୍ତ, ମହିଳା ସଭାନେତ୍ରୀ ବିଦୁଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ୱାର୍ଡ ସଭାପତି ସାରଙ୍ଗପାଣୀ ଷଡ଼ଙ୍ଗୀ ଅତିଥି ପରିଚୟ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ ୱାର୍ଡର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କର୍ମୀମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଜେଡି ଦଳ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇ ଗତ କର୍ପୋରେଟ୍ର ନିର୍ବାଚନରେ ଆପ ଦଳର ପାର୍ଥୀ ହୋଇଥିବା ଇଂ ଅଭିଷେକ୍ ପାଲ, କଂଗ୍ରେସ ଦଳର ସଂଗ୍ରାମ ସ୍ୱାଇଁ ଓ ବିଜେପି ଦଳର ସୁବାଷ ବିଶ୍ୱାଳ ପ୍ରମୁଖ ପୂର୍ବତନ ବିଧାୟକ ଡଃ ବିଶ୍ୱାଳଙ୍କ ଉପସ୍ଥିତରେ ବିଜେଡି ଦଳରେ ଯୋଗଦାନ କରିଥିଲେ । ଏହି ବୈଠକରେ ସଚି ମିଶ୍ର, ଡଃ ବ୍ୟୋମକେଶ କାନୁନଗୋ, ଅମର ସାମନ୍ତରାୟ, ସୁଜାତା ସ୍ୱାଇଁ, ସୁଲୋଚନା ସ୍ୱାଇଁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।
