କରୋନା ମହାମାରୀର ଗତିକୁ ଦେଖି ସଂସଦରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଗୁରୁବାରଦିନ ସଂସଦରେ ପୁଣି ମାସ୍କ ବାଧ୍ୟତାମୁଳକ କରା ଯାଇଛି । ଚୀନରେ କରୋନାର ମାମଲା ଲଗାତର ବଢ଼ିବାରେ ଲାଗିଛି । ଯାହାକୁ ଦେଖି ସଂସଦରେ ସୁରକ୍ଷା କର୍ମୀ, ଅଧିକାରୀ ଏବଂ ସଂସଦ ମଧ୍ୟରେ ମାସ୍କ ବିତରଣ ହୋଇଛି ଏବଂ ତାଙ୍କୁ ମାସ୍କ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ଏବଂ ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲା ଆଜି ସଦରେ ମାସ୍କ ଲଗାଇ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ରାଜ୍ୟସଭାରେ ପହଂଚିବା ବେଳେ ମାସ୍କ ପିନ୍ଧିଥିବା ଦେଖାଯାଇଥିଲା । ଏହା ବାଦ କେତେକ ସାଂସଦ ମଧ୍ୟ ମାସ୍କ ପିନ୍ଧିଥିଲେ ।
