ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସପି ଓ କଂଗ୍ରେସ ଧାରାଶାୟୀ
ଲକ୍ଷ୍ନୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତଥର ବିଏସପି ଓ କଂଗ୍ରେସ ଧାରାଶାୟୀ ହୋଇଛି । ଏଠାରେ ଲଢ଼େଇ କେବଳ ବିଜେପି ଏବଂ ସପା ମଧ୍ୟରେ ହୋଇଛି । ୟୁପିରେ ବିଜେପି ପୁଣି ୪୦ ପ୍ରତିଶତରୁ ଅଧିକ ଭୋଟ୍ ପାଉôଥବାର ଦେଖିବାକୁ ମିଳିଛି। ଏଥିସହ ଯୋଗୀ ଆଦିତ୍ୟନାଥଙ୍କ ବିଜେପି ୨୭୩ଟି ଆସନରେ ଆଗୁଆ ରହି କ୍ଷମତାକୁ ଫେରିଥିବାର ରାସ୍ତା ସଫା ହୋଇଛି। ତେବେ ଗତଥର ତୁଳନାରେ ଦଳ ୪୯ଟି ସିଟ୍ ପଛରେ ରହିଛି ।
ସେହିପରି ୧୨୦ଟି ସିଟରେ ସପା ଆଗୁଆ ଥିବା ଦଖିବାକୁ ମିଳିଛି । ଯାହା ଗତଥର ତୁଳନାରେ ୬୮ଟି ଅଧିକ। କିନ୍ତୁ ମାୟାବତୀଙ୍କ ନେତୃତ୍ବାଧୀନ ବିଏସପି ମାତ୍ର ୪ ଟି ଆସନରେ ଆଗୁଆ ରହିଛି । ବିଏସପି ଗତଥର ଠାରୁ ୧୫ଟି ସିଟ୍ ହରାଇଛି । କଂଗ୍ରେସ ମଧ୍ୟ ୪ ଟି ଆସନରେ ଆଗରେ ରହିଛି । କଂଗ୍ରେସ ଗତଥର ୭ଟି ଆସନରେ ବିଜୟ ହାସଲ କରିଥିଲା । ସୂଚନା ଥାଉ କି ସପା ସହ ମେଣ୍ଟ କରି ୨୦୧୭ରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିଥିଲା। ଏଥିରେ କଂଗ୍ରେସକୁ ୭ ଟି ସିଟ ମିଳିଥିଲା ଏବଂ ପ୍ରାୟ ୬.୫୦ ପ୍ରତିଶତ ଭୋଟ ପାଇଥିଲା । ଯେଉଁଠାରେ ଏସପି ୨୮.୩ ପ୍ରତିଶତ ଭୋଟ୍ ସହିତ ୪୭ ଟି ସିଟ୍ ପାଇଥିଲା। ଗତ ନିର୍ବାଚନରେ ବିଏସପି ୨୦ ପ୍ରତିଶତରୁ ଅଧିକ ଭୋଟ୍ ପାଇ ୧୯ ଟି ସିଟ୍ ଜିତିଥିଲା।
