ଆମେରିକାରେ ଦିନକରେ ୧ ଲକ୍ଷ ୩୧ ହଜାର କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଚିନ୍ତା ବଢ଼ାଇଲା କରୋନା। ଗୋଟିଏ ଦିନରେ ୧ ଲକ୍ଷ ୩୧ ହଜାର ୧୩୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୫ ହଜାର ୩୬୭ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ୮୫୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୭୮ ଲକ୍ଷ ୮୬ ହଜାର ୯୯୮କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୬୦ ହଜାର ୭୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ କୋଟି ୨୮ ଲକ୍ଷ ୯ ହଜାର ୨୮୧ ଲୋକ ସୁସ୍ଥ ହୋଇଥିବା ବେଳେ ୬୯ ଲକ୍ଷ ୫୭ ହଜାର ୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୦ ହଜାର ୬୪୪ ଜଣ ଗୁରୁତର ଅଛନ୍ତି ।
ସୂଚନା ଯେ, ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୯୩ ଲକ୍ଷ ୨୬ ହଜାର ୯୦୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୯୩ ହଜାର ୪୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୭୬ ଲକ୍ଷ ୨୨ ହଜାର ୯୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୩ ଲକ୍ଷ ୧୦ ହଜାର ୫୧୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୭ ହଜାର ୮୨୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
