ଅବକାରୀ ବିଭାଗର ଚଢଉ,ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଭାଙ୍ଗ ଓ ଗଞ୍ଜେଇ ଜବତ, ଦୁଇ ଗିରଫ
କଟକ : କଟକ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢଉ କରି ୪୦ କେଜି ଭାଙ୍ଗ ଓ ୨୧ କେଜି ଗଞ୍ଜେଇ ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ଦୁଇ ଅସାଧୁ ବେପାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ବୈାଦ୍ଧ ଜିଲ୍ଲାର ସିଦ୍ଧେଶ୍ୱର ମେହେର ଓ ସାକ୍ଷୀଗୋପାଳର ପ୍ରମୋଦ ପରିଡା । ସିଦ୍ଧେଶ୍ୱରକୁ ବାଦାମବାଡି ଆହାର କେନ୍ଦ୍ର ନିକଟରୁ ଗିରଫ କରାଯାଇ ତା ଠାରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ମଙ୍ଗଳାବାଗ ହନୁମାନ ମନ୍ଦିର ନିକଟରୁ ପ୍ରମୋଦକୁ ଗିରଫ କରାଯାଇ ତା’ ପାଖରୁ ୪୦ କେଜି ଭାଙ୍ଗ ଜବତ କରାଯାଇଥିଲା । ଜବତ ଭାଙ୍ଗ ଓ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଚଢଉରେ ସଦର ଇନ୍ସପେକ୍ଟର ଶ୍ରୂତିକାନ୍ତ ରାଉତ, ସଂଜିତ ବାର୍ଲା, ଅଜିତ ପାତ୍ର, ଦିଗମ୍ବର ଦିଗଲ, ଅର୍ପିତା ସାହୁ, କମଳାକାନ୍ତ ବେହେରା ପ୍ରମୁଖ ସାମିଲ ଥିଲେ ।
