ଗତ ଦୁଇ ଦିନରେ ୩୯ ବିଦେଶ ଫେରନ୍ତା କୋଭିଡ ପଜିଟିଭ୍ ଚିହ୍ନଟ, ଆସନ୍ତାକାଲି ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ପରିଦର୍ଶନ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
**EDS: TWITTER IMAGE VIA @mansukhmandviya ON MONDAY, DEC. 26, 2022** New Delhi: Passengers undergo thermal screening as random COVID-19 testing starts at various airports across the country in the wake of rising cases of Coronavirus globally. (PTI Photo)(PTI12_26_2022_000230A)
ନୂଆଦିଲ୍ଲୀ : ଚୀନ୍ରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି। ଚୀନ୍ରେ ପ୍ରକୋପ କରୁଥିବା ଓମିକ୍ରନର ବିଏଫ.୭ ଭାରିଆଣ୍ଟ ଏବେ ସମସ୍ୟାର ବିଷୟ ପାଲଟିଛି। ଭାରତରେ ମଧ୍ୟ କରୋନାର ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି। ତେବେ କୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତି କରିନେଇଛି। ଦେଶରେ ଟେଷ୍ଟିଂ ସାଙ୍ଗକୁ ବୁଷ୍ଟର ଡୋଜ ଓ ବିଦେଶୀ ଯାତ୍ରୀଙ୍କ ଲାଗି ଗାଇଡ ଲାଇନ ମଧ୍ୟ ଏବେ ଦେଶରେ ପାଳନ ହେଲାଣି।
ଏହି ପରିପ୍ରେକ୍ଷୀରେ ଗତ ଦୁଇ ଦିନ ମଧ୍ୟରେ ୩୯ ବିଦେଶ ଫେରନ୍ତା ଯାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ନୂଆ ପ୍ରୋଟୋକଲ୍ ଅନୁଯାୟୀ ଏଯାବତ୍ ମୋଟ ୬୦୦୦ ବିଦେଶ ଫେରନ୍ତା ଯାତ୍ରୀଙ୍କ ରାଣ୍ଡମ୍ କୋଭିଡ୍ ଟେଷ୍ଟିଂ କରାଯାଇଛି । କୋଭିଡ୍ ସମ୍ବନ୍ଧୀୟ ସତର୍କତା ପଦକ୍ଷେପ ଅନୁଧ୍ୟାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆସନ୍ତା ଗୁରୁବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଦର୍ଶନ କରି ବୋଲି ଜଣାପଡିଛି।
ଏପର୍ଯ୍ୟନ୍ତ ଭାରତରେ କରୋନାର ୨୨୦ ଭାରିଆଣ୍ଟ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬୦୦୦ ଲୋକଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୩୯ ଜଣ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୋଭିଡର ବିଏଫ୍.୭ ଷ୍ଟ୍ରେନକୁ ଆଇସୋଲେସନ କରାଯାଇଛି । ବିଏଫ୍.୭ ଭାରିଆଣ୍ଟ ଯୋଗୁଁ ହିଁ ଚୀନରେ ସମ୍ପ୍ରତି କୋଭିଡ୍ ବିସ୍ଫୋରଣ ହୋଇଛି । ତେବେ ବିଶେଷଜ୍ଞ କହିଛନ୍ତି ଯେ ଏହି ଷ୍ଟ୍ରେନ୍ ଉପରେ ଟିକା ପ୍ରଭାବୀ ସାବ୍ୟସ୍ତ ହୋଇଛି । ସଂକ୍ରମଣ ଦୃଷ୍ଟିକୋଣରୁ ଜାନୁଆରୀ ମାସ ଗୁରୁତ୍ୱପୂର୍ଣ୍ଣ ହେବ ।
