ପୁରୀରେ ୫-ଟି ସଚିବ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ବ୍ୟବସ୍ଥା ସମ୍ପର୍କରେ କଲେ ଅନୁଧ୍ୟାନ
ପୁରୀ : ଆଜିଠୁ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ଅପରାହ୍ନ ୩ଟା ୨୫ମିନିଟ ସମୟରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବା ପରେ ରାଜଭବନ ଅଭିମୁଖେ ଯିବେ। ଏହାପରେ ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ଦର୍ଶନରେ ଆସିବେ ରାଷ୍ଟ୍ରପତି ।
ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଶନିବାର ସକାଳ ୭ଟା ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସପରିବାର ସହ ଶ୍ରୀମନ୍ଦିରରେ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
