ପାଟଣାରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ
କେନ୍ଦୁଝର : ପାଟଣା ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ଗତ ସୋମବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ବନାଞ୍ଚଳ ଖସାକୁଦର ଗ୍ରାମରେ ୪ଟି ଘର ଭାଙ୍ଗିଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ଆତଙ୍କ ଖେଳାଇଛନ୍ତି ୨୬ ଟିକିଆ ହାତୀପଲ । ସଞ୍ଜ ନଇଁଲେ ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।
ବିଳମ୍ବିତ ରାତିରେ ହାତୀପଲ ୪ଟି ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳକୁ ବୋହି ନେଇ ଖାଇ ଦେଇଛନ୍ତି। ଏଥିସହ ହାତୀପଲ ମାଛଗଡ଼,ଦାମାହୁଦା ଡାଳପକା ଅଞ୍ଚଳରେ ଏକର ଏକର ଧାନ ଫସଲଓ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି। ସଞ୍ଜ ନଇଁଲେ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ୨୬ ଟିକିଆ ହାତୀପଲ। ସୋମବାର ବିଳମ୍ବିତ ରାତିରେ ଏହି ହାତୀପଲ କୁମୁଳାବାହାଳି ଓ ବନବୀର ଗ୍ରାମରେ ପଶି ଘରଦ୍ଵାର ଭାଙ୍ଗି ଦେଇଛନ୍ତି। ଏଥି ସହ ମାଛଗଡ଼,ଦାମାହୁଦା ଡାଳପକା ଅଞ୍ଚଳରେ ଏକର ଏକର ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରିଛନ୍ତି ।
