ଚୀନରେ କରୋନା ଅଣାୟତ୍ତ, ଏସୀୟ ପାରା କ୍ରୀଡ଼ା ସ୍ଥଗିତ
ବେଜିଂ: ଚୀନରେ କରୋନା ସଂକ୍ରମଣ ଅଣାୟତ୍ତ । ଫଳରେ ଏସୀୟ କ୍ରୀଡା ପରେ ଏବେ ଏସୀୟ ପାରା କ୍ରୀଡା ମଧ୍ୟ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୯ ରୁ ୧୫ ପର୍ଯ୍ୟନ୍ତ ହାଙ୍ଗଜୋରେ ଏସିଆନ୍ ପାରା ଗେମ୍ସ ଅନୁଷ୍ଠିତ ହେବାର ଥିଲା | ମଙ୍ଗଳବାର ଆୟୋଜକ ଏହାକୁ ଆନୁଷ୍ଠାନିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ଏସିଆନ୍ ପାରାଲିମ୍ପିକ୍ କମିଟି (ଏପିସି) ଏକ ବିବୃତ୍ତିରେ କହିଛି ଯେ ହାଙ୍ଗଜୋ ୨୦୨୨ ଏସୀୟ ପାରା ଗେମ୍ସ ଆୟୋଜକ କମିଟି (ଏଚ୍ଏପିଜିଓସି) ଏବଂ ଏସୀୟ ପାରାଲିମ୍ପିକ୍ କମିଟି ୨୦୨୨ ଏସିଆନ୍ ପାରା ଗେମ୍ସ ସ୍ଥଗିତ ରଖିବାକୁ ଘୋଷଣା କରିଛି।
ଏସୀୟ ପାରା କ୍ରୀଡ଼ା ସ୍ଥଗିତ ହେବା ପ୍ରାୟ ନିଶ୍ଚିତ ଥିଲା | ଦୁଇ ସପ୍ତାହ ତଳେ ସେପ୍ଟେମ୍ବର ୧୦ ରୁ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ହାଙ୍ଗଜୋ ଏସିଆନ ଗେମ୍ସକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଚାଇନାରେ କୋଭିଡ-୧୯ ର ବଢୁଥିବା ମାମଲା ଯୋଗୁଁ ସେ ୬ରେ ଏସୀୟ କ୍ରୀଡାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା | ଏପିସି, ଚୀନ୍ ପାରାଲିମ୍ପିକ୍ କମିଟି ଏବଂ ଏଚ୍ଏପିଜିଓସି ର ପ୍ରତିନିଧୀଙ୍କୁ ନେଇ ଟାସ୍କଫୋର୍ସ ବର୍ତ୍ତମାନ ୨୦୨୩ରେ ଏସୀୟ ପାରା କ୍ରୀଡା କାର୍ଯ୍ୟସୂଚୀ ଉପରେ କାର୍ଯ୍ୟ କରିବ ବୋଲି ବିବୃତ୍ତିରେ କୁହାଯାଇଛି।
