ଦିନେ ଦୁଇ ଦିନ ଭିତରେ ବିଜେପି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ – ମନମୋହନ ସାମଲ
ଭୁବନେଶ୍ୱର : ଝାରସୁଗୁଡା ରେ ଉପ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ । ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭାରତୀୟ ଜନତା ପାର୍ଟିର ପ୍ରଦେଶ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଦିନେ- ଦୁଇ ଦିନ ମଧ୍ୟରେ ପାର୍ଟି ଝାରସୁଗୁ଼ଡା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ । ଏଥି ନେଇ କୌଣସି ଦ୍ୱନ୍ଦ ନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ହୋଇଥିଲା । ଏହି କାରଣରୁ ଝାରସୁଗୁଡା ବିଧାନସଭା ପାଇଁ ଆଗାମୀ ମଇ ୧୦ ତାରିଖରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ବିଜେଡି ପକ୍ଷରୁ ନବ ଦାସଙ୍କ ଝିଅ ରୁପାଲୀ ଦାସଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।
