୧୯ରେ ନବଯୌବନ ଦର୍ଶନ, ସୁରକ୍ଷା ଦାୟିତ୍ୱରେ ୭୦ପ୍ଲାଟୁନ ପୋଲିସ ଫୋର୍ସ
ପୁରୀ : ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ। ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି। ସୁରକ୍ଷା ଦାୟିତ୍ୱରେ ୭୦ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ।
ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପର ବାହ୍ୟ ପ୍ରଦକ୍ଷେଣ ରାସ୍ତା କାର୍ଯ୍ୟ ଶେଷ ହୋଇଛି। ରଥଯାତ୍ରା ପାଇଁ ଖୁବଶୀଘ୍ର ଟ୍ରାଫିକ ଆଡଭାଇଜାରୀ ଜାରି ହେବ। ପୁରୀ ଏସପି ଡ କନୱର ବିଶାଳ ସିଂଙ୍କ ସୂଚନା।
