ହିମାଚଳ ପ୍ରଦେଶର ୧୦ ସହରରେ ତାପମାତ୍ରା ଶୂନ ଡିଗ୍ରୀ ତଳେ
ଶିମଳା : ଶୁଷ୍କ ମୌସୁମୀରେ ହିମାଚଳ ପ୍ରଦେଶ ଶୀତ ଲହରର ଶିକାର ହୋଇଛି । ପାଣିପାଗ ବିଭାଗ କହିବା ଅନୁଯାୟୀ ରାଜ୍ୟର ୧୦ଟି ସହରର ତାପମାତ୍ରା ଜମାଓବିନ୍ଦୁର ତଳେ ପହଂଚିଛି । ଲାହୋଲ-ସ୍ପିତି ଜିଲ୍ଲାର ମୁଖ୍ୟାଳୟ କିଲୋଙ୍ଗ ରାଜ୍ୟର ସବୁଠାରୁ ଶୀତଳ ସ୍ଥାନ ଥିଲା । ବୁଧବାର ସକାଳେ ଏଠାରେ ମାଇନସ୍ ୧୦ ଡିଗ୍ରୀ ସେଲସିୟସରେ ପାରା ରେକର୍ଡ଼ କରାଯାଇଛି । ଏହା ବ୍ୟତୀତ କୁକୁମସେରୀରେ -୮.୫ ଡିଗ୍ରୀ ସେଲସିୟସ, କଲ୍ପାରେ -୪.୭ ଡିଗ୍ରୀ ସେଲସିୟସ, ମନାଲିରେ -୨.୨ ଡିଗ୍ରୀ ସେଲସିୟସ, ନାରକଣ୍ଡାରେ -୧.୭ ଡିଗ୍ରୀ ସେଲସିୟସ, ରିକାଙ୍ଗପିଓରେ -୧.୪ ଡିଗ୍ରୀ ସେଲସିୟସ, ସାଇଓବାଗରେ -୧.୧ ଡିଗ୍ରୀ ସେଲସିୟସ, ବରଠିରେ ୧ ଡିଗ୍ରୀ ସେଲସିୟସ, ସୁନ୍ଦର ନଗରରେ -୦.୭ ଡିଗ୍ରୀ ସେଲସିୟସ, ସୋଲନରେ -୦.୪ ଡିଗ୍ରୀ ସେଲସିୟସ, ରେକର୍ଡ଼ କରିଛି । ବିଶେଷ କଥା ହେଉଛି ରାଜଧାନୀ ଶିମଲା ଅପେକ୍ଷା ଉନା ଏବଂ ହମିରପୁରରେ ଅଧ୍ଚଳ ଶୀତ ଜାରି ରହିଛି ।
