ନବରାତ୍ରିରେ କନ୍ୟା ପୂଜା କରିବାର ମହତ୍ତ୍ୱ ! ଜଣାନ୍ତୁ କେଉଁ କନ୍ୟାଙ୍କୁ ପୂଜା କଲେ କେତେ ପୂଣ୍ୟ ମିଳିବ
ମନୁଷ୍ୟ ନିଜ ଜୀବନକୁ ସୁଖମୟ କରିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରିଥାଏ । ପରନ୍ତୁ ବ୍ୟକ୍ତିକୁ ଅନିଚ୍ଛା ଥିବା ସତ୍ବେ ବି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି କାରଣରୁ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାରର ପରିସ୍ଥିତି ଉତ୍ପନ୍ନ ହୋଇଥାଏ । ମାତ୍ର ଶାରଦୀୟ ନବରାତ୍ରିରେ ସବୁ ପ୍ରକାରର ଶୁଭ କାମ କରାଯାଇପାରେ । ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରି । ଏହି ଦିନମାନଙ୍କରେ ମା’ର ୯ଟି ରୂପକୁ ପୂଜା କରାଯାଏ । ପ୍ରଥମ ଦିନ ମାତା ଶୈଲପୁତ୍ରୀ ଓ ଘଟ ସ୍ଥାପନା କରାଯାଏ । ଏବଂ ନବରାତ୍ରିର ଶେଷ ଦିନ କନ୍ୟା ମାନଙ୍କର ପୂଜା କରାଯାଇ ବ୍ରତ ଖୋଲା ଯାଏ ।
ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ ସମସ୍ତେ ଜାଣିଛନ୍ତି, ଯେତେ ଅଧିକ କନ୍ୟାଙ୍କୁ ପୂଜା କରାଯାଏ ସେହି ଅନୁସାରେ ମଧ୍ୟ ଶୁଭ ଫଳ ମିଳିଥାଏ । ଧର୍ମ ଗ୍ରନ୍ଥରେ ୨ବର୍ଷ ବୟସ ଠାରୁ ୧୦ବର୍ଷ ବୟସ ମଧ୍ୟରେ କନ୍ୟା ମାନଙ୍କ ଠାରେ ମାତାଙ୍କ ସ୍ବରୂପ ଥାଏ ବୋଲି କୁହାଯାଇଛି ।
୧ଟି କନ୍ୟାକୁ ପୂଜା କରିଲେ ଐଶ୍ବର୍ଯ୍ୟ ପ୍ରାପ୍ତି ହୁଏ । ୨ଟି କନ୍ୟାକୁ ପୂଜା କରିଲେ ଭୋଗ ଓ ମୋକ୍ଷ ପ୍ରାପ୍ତି ହୁଏ । ୩ଟି କନ୍ୟାକୁ ପୂଜା କରିଲେ ଧର୍ମ, ଅର୍ଥ ଓ କାମ ପ୍ରାପ୍ତି ହୁଏ । ୪ଟି କନ୍ୟାକୁ ପୂଜା କରିଲେ ରାଜପଦ ପ୍ରାପ୍ତି ହୁଏ । ୫ ଟି କନ୍ୟାକୁ ପୂଜା କରିଲେ ବିଦ୍ୟା ପ୍ରାପ୍ତି ହୁଏ । ୬ ଟି କନ୍ୟାକୁ ପୂଜା କରିଲେ ସିଦ୍ଧି ପ୍ରାପ୍ତି ହୁଏ । ୭ଟି କନ୍ୟାକୁ ପୂଜା କରିଲେ ରାଜ୍ୟ ପ୍ରାପ୍ତି ହୁଏ । ୮ଟି କନ୍ୟାକୁ ପୂଜା କରିଲେ ସମ୍ପଦ ପ୍ରାପ୍ତି ହୁଏ । ୯ଟି କନ୍ୟାକୁ ପୂଜା କରିଲେ ପୃଥ୍ବୀର ପ୍ରଭୁତ୍ୱ ପ୍ରାପ୍ତି ହୁଏ । କିଛି ଲୋକମାନେ ନବମୀ ଦିନ କନ୍ୟା ମାନଙ୍କୁ ପୂଜା କରନ୍ତି, କିନ୍ତୁ ଅଷ୍ଟମୀ ଦିନ କନ୍ୟା ପୂଜା ଶ୍ରେଷ୍ଠ ହୋଇଥାଏ । କନ୍ୟା ମାନଙ୍କ ବୟସ ୧୦ବର୍ଷରୁ ଅଧିକ ନ ହେବା ଉଚିତ୍ ।
୨ବର୍ଷର କନ୍ୟାକୁ ପୂଜା କରିଲେ ଧନ ଲାଭ ହୁଏ । ୩ବର୍ଷର ୩ଟି କନ୍ୟାକୁ ପୂଜା କରିଲେ ଧନଧାନ୍ୟ ଲାଭ ହୁଏ । ୪ବର୍ଷର କଲ୍ୟାଣୀ କନ୍ୟାକୁ ପୂଜା କରିଲେ ସୁଖପ୍ରାପ୍ତି ହୁଏ । ୫ବର୍ଷର ରୋହିଣୀ କନ୍ୟାକୁ ପୂଜା କରିଲେ ସଫଳତା ମିଳିଥାଏ । ୬ବର୍ଷର କଳିକା କନ୍ୟାକୁ ପୂଜା କରିଲେ ଯଶ ଲାଭ ହୁଏ । ୭ବର୍ଷର ଚଣ୍ଡିକା କନ୍ୟାକୁ ପୂଜା କରିଲେ ସମୃଦ୍ଧି ପ୍ରାପ୍ତି ହୁଏ । ୮ବର୍ଷର ସାମ୍ଭବୀ କନ୍ୟାକୁ ପୂଜା କରିଲେ ପରାକ୍ରମ ମିଳିଥାଏ । ୯ବର୍ଷର ଦୂର୍ଗାକୁ ପୂଜା କରିଲେ ବୈଭବ ପ୍ରାପ୍ତି ହୁଏ । ୧୦ବର୍ଷର କନ୍ୟା ସୁଭଦ୍ରାକୁ ପୂଜା କରିଲେ ସୌଭାଗ୍ୟ ପ୍ରାପ୍ତି ହୁଏ । କନ୍ୟା ମାନଙ୍କୁ ପୂଜା କରିବା ପରେ ଖାଇବାକୁ ଦିଆଯାଏ, ତାପରେ କନ୍ୟାଙ୍କୁ ଦକ୍ଷିଣା ଦେବା ଉଚିତ୍ । ଏହିପରି କଲେ ମହାମାୟା ଭଗବତୀ ପ୍ରସନ୍ନ ହୋଇ ନିଜର ମନୋସ୍କାମନା ପୂରଣ କରନ୍ତି ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବରଟି ନିଶ୍ଚୟ ପସନ୍ଦ ଆସିଥିବ। ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
