ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ହେଲେ ଇମାନ୍ୟୁଏଲ ମାକ୍ରୋନ, ପାଇଲେ ୫୮.୨% ଭୋଟ୍
ନୂଆଦିଲ୍ଲୀ : ଇମାନ୍ୟୁଏଲ ମାକ୍ରୋନ ହେଲେ ଫ୍ରାନ୍ସର ରାଷ୍ଟ୍ରପତି । ୫୮.୨% ଭୋଟ୍ ପାଇ ଲଗାତର ଦ୍ୱିତୀୟ ଥର ପାଇଁ ସେ ନିର୍ବାଚିତ ହୋଇଛନ୍ତି । ସେ ମରିନଲେ ପେନଙ୍କୁ ପରାସ୍ତ କରି କରିଛନ୍ତି ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନୁଷ୍ଠିତ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନଙ୍କ ସହିତ ତାଙ୍କର ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କଡ଼ା ମୁକାବିଲା ଭିତରେ ମାକ୍ରନ୍ ୫୮% ଭୋଟ୍ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେହିପରି ଲି ପେନଙ୍କୁ ୪୨% ଭୋଟ୍ ମିଳିଛି। ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରୋନଙ୍କୁ ୫୭ରୁ ୫୮% ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଏହା ଏକପ୍ରକାର ସଠିକ୍ ସାବ୍ୟସ୍ତ ହୋଇଛି ।
ସୂଚନା ଯେ, ଗତ ନିର୍ବାଚନ ତୁଳନାରେ ଏଥର କମ୍ ମତଦାନ ହୋଇଥିଲା। ବିଜୟ ପରେ ମାକ୍ରନ୍ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମ ଜାରି ରଖିବେ। ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି। ୟୁକ୍ରେନ୍ ସଙ୍କଟ ନେଇ ମାକ୍ରନଙ୍କ ନୀତିକୁ ଦେଶର ଯୁବ ବର୍ଗ ସମର୍ଥନ କରିଛନ୍ତି । ଯାହା ଭୋଟରେ ପ୍ରତିଫଳିତ ହୋଇଛି ।
