ମା’ ହେଲେ ଇଲିଆନା, ଫଟୋ ସେୟାର କରି ରିଭିଲ୍ କଲେ ପୁଅର ନାମ
ମୁମ୍ଵାଇ : ବିବାହ ନ କରି ମା’ ହେଲେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ । ସେ ଅଗଷ୍ଟ ୧ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ଅଭିନେତ୍ରୀ ନିଜ ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି। ପୁଅର ଫଟୋ ସେୟାର କରିବାବେଳେ ଇଲିଆନା ମଧ୍ୟ ତାଙ୍କ ନାମ ପ୍ରକାଶ କରିଛନ୍ତି। ତାଙ୍କ ପୁଅର ନାମ କୋଆ ଫିନିକ୍ସ ଡୋଲାନ୍ ରଖିଛନ୍ତି।
ଇଲିଆନା ପୂର୍ବରୁ ବିନା ବିବାହରେ ଗର୍ଭଧାରଣ ଘୋଷଣା କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବର୍ତ୍ତମାନ ମା ହେବା ପରେ ସେ ନିଜ ପୁଅର ଫଟୋ ସେୟାର କରି ଲୋକଙ୍କୁ ସରପ୍ରାଇଜ୍ କରିଛନ୍ତି। ସୋସିଆଲ ମିଡିଆର ଯୁଗରେ, ସେଲିବ୍ରେଟମାନେ ସେମାନଙ୍କ ପିଲାମାନଙ୍କର ମୁହଁ ଦେଖାଉ ନାହାନ୍ତି । କିନ୍ତୁ ଇଲିଆନା ପୁଅର ଜନ୍ମ ପରେ ହିଁ ନିଜ ଫ୍ୟାନ୍ସଙ୍କୁ ଫଟୋ ଦେଖାଇଛନ୍ତି ଏବଂ ନାମ ମଧ୍ୟ ପ୍ରକାଶ କରିଛନ୍ତି ।
ଇଲିଆନା ତାଙ୍କ ପୁଅ କୋଆ ଫିନିକ୍ସ ଡୋଲାନଙ୍କ ଫଟୋ ସହିତ ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି- ‘ଆମ ପ୍ରିୟ ପୁଅକୁ ଦୁନିଆରେ ସ୍ୱାଗତ କରିବା ପାଇଁ ଆମେ କେତେ ଖୁସି, ଶବ୍ଦ ବର୍ଣ୍ଣନା କରିପାରିବ ନାହିଁ … ହୃଦୟରେ ପରିପୂର୍ଣ୍ଣ ।’ ଇଲିଆନାଙ୍କ ଏହି ପୋଷ୍ଟରେ ସୋସିଆଲ ମିଡିଆରେ ସେଲିବ୍ରିଟି ଠାରୁ ଆରମ୍ଭ କରି ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଆଥିଆ ସେଟ୍ଟୀ, ହୁମା କ୍ୟୁରେସୀ, ଡବ୍ଦୁ ରତନାନୀ, ନର୍ଗିସ ଫକରୀ ଏବଂ ସେଫି ଚୌଧୁରୀ ପ୍ରମୁଖ ସେଲିବ୍ରିଟି କମେଣ୍ଟ କରିଛନ୍ତି ।
ସୂଚନା ଯେ, ଚଳିତବର୍ଷ ଏପ୍ରିଲରେ ଗର୍ଭବତୀ ଥିବା ଘୋଷଣା କରିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ଫ୍ଲଣ୍ଟ କରିଥିବା ବେଳେ ଫଟୋ ସେୟାର କରିଥିଲେ । ଇଲିଆନା ନିଜ ସ୍ୱାମୀ ଏବଂ ପିଲାକୁ ନେଇ ଏପର୍ଯ୍ୟନ୍ତ ସିକ୍ରେଟ ରଖିଛନ୍ତି । ଇଲିଆନା ଗତ ମାସରେ ଏକ ଫଟୋ ସେୟାର କରିଥିଲେ । ଗର୍ଭବତୀ ସହିତ ନିଜ ବଏଫ୍ରେଣ୍ଡ ସହିତ ଡେଟ୍ ନାଇଟର ଫଟୋ ସେୟାର କରିଥିଲେ ।
