ଏଣିକି ‘ରେଡ୍ ହାର୍ଟ’ ଇମୋଜି ପଠାଇଲେ ଭୋଗିବେ ୫ବର୍ଷ ଜେଲ ଦଣ୍ଡ ଓ ଗଣିବେ ୨୦ ଲକ୍ଷ ଟଙ୍କା ଫାଇନ୍
ରିୟାଦ: ଏବେ ଯଦି କାହା ଆଗରେ ମନର କଥାକୁ ପ୍ରକାଶ କରିବାକୁ ପଡ଼େ । ତେବେ ଶବ୍ଦ ବଦଳରେ ଇମୋଜି ବ୍ୟବହାର କରାଯାଉଛି । ଇମୋଜି ବହୁତ ପ୍ରକାରର ରହିଛି । ପ୍ରେମର ଇମୋଜି ଠାରୁ ଆରମ୍ଭ କରି କାନ୍ଦିବା ଇମୋଜି ପର୍ଯ୍ୟନ୍ତ । ସମସ୍ତେ ହ୍ୱାଟସଆପ୍ ରେ ଇମୋଜି ପଠାଇ ଅନ୍ୟ ପାଖରେ ନିଜ ମନର କଥାକୁ ପ୍ରକାଶ କରୁଛନ୍ତି । ଇମୋଜି ଦ୍ୱାରା ଜଣେ ଅନ୍ୟ ଜଣର ମନର କଥାକୁ ସହଜରେ ବୁଝି ଯାଉଛନ୍ତି । କିନ୍ତୁ ସାଉଦି ଆରବରେ ରେଡ୍ ହାର୍ଟ ଇମୋଜି ବାରଣ । ଯଦି ଆପଣ ସାଉଦି ଆରବରେ ରହୁଛନ୍ତି । ତେବେ ସେଠି କାହାରିକୁ ରେଡ୍ ହାର୍ଟ ଇମୋଜି ପଠାଇବେ । ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ପ୍ରକୃତରେ ସାଉଦି ଆରବରେ ସାଇବର ଆଇନ ବହୁତ କଡାକଡି । ଏହି ଦେଶରେ ଯଦି ଆପଣ ପରିବାର ଲୋକ କିମ୍ବା ବନ୍ଧୁଙ୍କୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ । ଏହାସହ ୨୦ଲକ୍ଷ ଟଙ୍କା ଜରିମନା ଦେବାକୁ ପଡିପାରେ । ବିଶେଷ ପରିସ୍ଥିତିରେ ଦୁଇ ବର୍ଷ ଜେଲଦଣ୍ଡ ସହ ୨୦ ଲକ୍ଷ ଟଙ୍କା ଜରିମନା ଲଗାଯାଇପାରେ ।
ସାଉଦିର ସାଇବର ଏକ୍ସପର୍ଟଙ୍କ ଅନୁସାରେ, ସାଉଦି ଆଇନ ଅନୁଯାୟୀ ଯଦି ରେଡ୍ ହାର୍ଟ ଇମୋଜି ପଠାଉଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏନ୍ତି ତେବେ ତାଙ୍କୁ ୨ରୁ ୫ ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ଏହା ବ୍ୟତୀତ ଇମୋଜି ପଠାଉଥିବା ବ୍ୟକ୍ତିଙ୍କ ଉପରେ ଏକ ଲକ୍ଷ ସାଉଦି ରିୟାଲ ଜରିମନା ମଧ୍ୟ ଲଗାଯାଇପାରେ । ସାଉଦିରେ ରେଡ୍ ହାର୍ଟ ଇମୋଜି ପଠାଇବାକୁ ଉତ୍ପୀଡନ ଆଇନ ଶ୍ରେଣୀରେ ରଖାଯାଇଛି । ନ୍ୟୁଜ୍ ୱେବସାଇଟ୍ ଗଲ୍ଫ୍ ନ୍ୟୁଜ୍ ଡଟ୍ କମ୍ ରେ ପ୍ରକାଶିତ ଖବର ଅନୁଯାୟୀ, ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କୁତବି କହିଛନ୍ତି ଯେ, ହ୍ୱାଟସଆପରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ଉତ୍ପୀଡନ ଅପରାଧ । ସେ କହିଛନ୍ତିଯେ, ଯଦି ଅନଲାଇନ୍ ଚାଟିଂ ସମୟରେ କୌଣସି ଫଟୋ କିମ୍ବା ଇମୋଜିକୁ ନେଇ କେହି ମାମଲା ରୁଜ୍ଜୁ କରନ୍ତି, ତେବେ ଏହା ଉତ୍ପୀଡନ ଅପରାଧ ଶ୍ରେଣୀରେ ଆସିବ। ସାଉଦି ଆରବରେ ଏଭଳି ଅପରାଧ ପାଇଁ ଜିରୋ ଟଲେରନ୍ସ ନୀତି ରହିଛି ।
